38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକୁକୁରକୁ ନେଇ ବିବାଦରେ କେଦାରନାଥ ଭକ୍ତ

କୁକୁରକୁ ନେଇ ବିବାଦରେ କେଦାରନାଥ ଭକ୍ତ

ନୂଆଦିଲ୍ଲୀ : ବର୍ତ୍ତମାନ ଉତ୍ତରାଖଣ୍ଡରେ ଚାର୍‌ଧାମ୍ ଯାତ୍ରା ଚାଲିଛି । ଏଥିରେ ଦେଶବିଦେଶର ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ ହେବାସହିତ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ପରିଦର୍ଶନ କରିବାର ସୁଯୋଗ ପାଉଛନ୍ତି । ତେବେ ନିକଟରେ କେଦାରନାଥ ଯାଇଥିବା ରୋହିତ ତ୍ୟାଗୀ ନାମକ ଜଣେ ଭକ୍ତଙ୍କୁ ବିବାଦର ସମ୍ମୁଖୀନ ହେବାକୁ ପଡିଛି । ରୋହିତ ଚାର୍‌ଧାମ ଯାତ୍ରାରେ ନିଜ ପୋଷା କୁକୁର ‘ନୱାବ’କୁ ସାଙ୍ଗରେ ନେଇଥିଲେ । ତେବେ କେଦାରନାଥ ମନ୍ଦିର ବେଢାରେ ବୁଲୁଥିବାବେଳେ କୁକୁରଟି କୌଣସି ଏକ ଦେବାଦେବୀଙ୍କ ମୂର୍ତ୍ତିକୁ ଛୁଇଁବା ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଭିଡିଓଟି ଭାଇରାଲ ହେବାପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ରୋହିତଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦାଏର କରିଥିବା ଜଣାପଡିଛି । ଅପରପକ୍ଷରେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପୋଷା କୁକୁରଟି ତାଙ୍କ ସହ ବିଭିନ୍ନ ମନ୍ଦିର ପରିଦର୍ଶନ କରିସାରିଥିବାବେଳେ କାହିଁକି ଏଭଳି ବିବାଦ ଉଠୁଛି ବୋଲି ରୋହିତ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking