35.1 C
Bhubaneswar
Saturday, May 4, 2024
Homeରାଜନୀତିବିଜେପିରେ ସାମିଲ ହେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ବିଜେପିରେ ସାମିଲ ହେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ପଦ୍ମ ଧରିବେ । ତେବେ ସେ ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ନିଜକୁ ବିହାର ମାଟିର ପୁଅ ବୋଲି କହୁଥିବା ମନୀଷ କଶ୍ୟପ ପଶ୍ଚିମ ଚମ୍ପାରଣ ସିଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ । ସେଠାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଆସୁଥିଲେ । ହେଲେ ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଜାଣିରଖିବା ଉଚିତ୍ ଯେ, ଏହା ପୂର୍ବରୁ ସେ ବିହାରର ଚନପଟିଆ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିସାରିଛନ୍ତି । ଯେଉଁଥିରେ କି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ ଯେ, ବିହାରର ବେତିୟା ଜିଲ୍ଲାରେ ରହିଥିବା ମନୀଷ କଶ୍ୟପ ସେତେବେଳେ ବେଶ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ ମିଛ ଭାଇରାଲ ଭିଡିଓ କେସରେ ପୁଲିସ ଗିରଫ କରିଥିଲା। ପାଖାପାଖି ୯ ମାସ ଧରି ସେ ଜେଲରେ ରହିଥିଲେ । ତା ସହ ୟୁଟ୍ୟୁବରେ ମଧ୍ୟ ସେ ବେଶ ଲୋକପ୍ରିୟ । ତାଙ୍କ ଚ୍ୟାନେଲର ପାଖାପାଖି ୮.୭୫ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ବିଶେଷକରି ସାମାଜିକ ମୁଦ୍ଦା ଉପରେ ସେ ଭିଡିଓ ବନାଉଥିବାବେଳେ, ତାଙ୍କର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking