ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରବଳ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା। ତା’ ସହିତ ତାଙ୍କର ୟୁରିନ ଇନ୍ଫେକ୍ସନ ହୋଇଛି। ତେଣୁ ପ୍ରଚାର କାର୍ଯ୍ୟ ଛାଡ଼ି ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ଭୁବନେଶ୍ୱର ଫେରି ଆସିଛନ୍ତି । ଅଂଶୁଘାତ ଓ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ଯୋଗୁ ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଆସିଛନ୍ତି। ତେବେ ଏହା ସାମୟିକ। ସେ ପ୍ରଚାରକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା ଯୋଗୁ ଲୋକଙ୍କ ପ୍ରାର୍ଥନା ଓ ସହଯୋଗ ଗୁରୁତ୍ୱପୂର୍ଣ୍ଣ।