35.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶନିର୍ବାଚନ ରାଲିରେ ଅଘଟଣ; ମଞ୍ଚ ଉପରେ ଚେତାଶୂନ୍ୟ ହେଲେ ଗଡ଼କରୀ

ନିର୍ବାଚନ ରାଲିରେ ଅଘଟଣ; ମଞ୍ଚ ଉପରେ ଚେତାଶୂନ୍ୟ ହେଲେ ଗଡ଼କରୀ

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ଚାଲିଥିଲା ରାଲି । ମଞ୍ଚ ଉପରେ ଠିଆ ହୋଇ ମନ୍ତ୍ରୀ ଲୋକଙ୍କୁ ଦେଉଥିଲେ ଭାଷଣ । ଏତିକି ବେଳେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ମହାରାଷ୍ଟ୍ରର ୟବତମାଲରେ ନିର୍ବାଚନ ରାଲିରେ ଘଟିଛି ଏଭଳି କିଛି ଘଟଣା । ଆଜି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନୀତିନ ଗଡ଼କରୀ ମହାରାଷ୍ଟ୍ରର ୟବତମାଲରେ ମହାୟୁତିର ବିଜେପି ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିଥିଲେ । ଏହାପରେ ପସୁଦରେ ସେ ଏକ ନିର୍ବାଚନ ସଭାରେ ଯୋଗ ଦେଇ ଭାଷଣ ଦେଉଥିଲେ । ଏତିକି ବେଳେ ହଠାତ୍ ସେ ମଞ୍ଚ ଉପରେ ଅସୁସ୍ଥ ହୋଇପଡ଼ିଥିଲେ । ଚେତାଶୂନ୍ୟ ହୋଇ ସେ ତଳେ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ପୂର୍ବରୁ ମଧ୍ୟ ଏହିଭଳି ଭାବେ ଗଡକାରୀ ୨୦୧୮ରେ ସର୍ବସମ୍ମୁଖ ଅସୁସ୍ଥ ହୋଇପଡ଼ିଥିଲେ । ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହଠାତ୍ ମଞ୍ଚ ଉପରେ ସେ ଅଚେତ ହୋଇଯାଇଥିଲେ । ଏହି ସମୟରେ ମଞ୍ଚରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତ ଥିଲେ । ରାଜ୍ୟପାଳ ଗଡ଼କରୀଙ୍କୁ ମଞ୍ଚରେ ସମ୍ଭାଳି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking