34.1 C
Bhubaneswar
Saturday, May 18, 2024
Homeସ୍ୱାସ୍ଥ୍ୟମାଇକ୍ରୋୱେଭରେ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରନ୍ତୁ ନାହିଁ

ମାଇକ୍ରୋୱେଭରେ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରନ୍ତୁ ନାହିଁ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀରେ ଲୋକେ ଗୋଟିଏ ଥର ରୋଷେଇ କରି ଏହାକୁ ଗରମ କରି ଖାଇବାରେ ଅଭ୍ୟସ୍ତ। ଏଥିପାଇଁ ମାଇକ୍ରୋୱେଭର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଜାଣନ୍ତି କି, ମାଇକ୍ରୋୱେଭରେ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ସ୍ୱାଦ ଏବଂ ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ?
ଆଜ୍ଞା ହଁ, ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ। ତେବେ ଏସବୁ ଖାଦ୍ୟ କଣ, ଜାଣନ୍ତୁ…

ମାଇକ୍ରୋୱେଭରେ କ’ଣ ଗରମ କରିବା ଉଚିତ୍ ନୁହେଁ?
ଅଣ୍ଡା ଏବଂ ଏଥିରୁ ତିଆରି ଖାଦ୍ୟ – ସିଝା ଅଣ୍ଡାକୁ ଆଦୌ ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ। ଏହା ବ୍ୟତୀତ, ମାଇକ୍ରୋୱେଭରେ ଅଣ୍ଡାରୁ ନିର୍ମିତ ଖାଦ୍ୟକୁ ମଧ୍ୟ ଗରମ କରି ଗରମ କରି ଖାଆନ୍ତୁ ନାହିଁ।
ମାଂସ :- ଅଧିକାଂଶ ଲୋକ ନନଭେଜ ଖାଦ୍ୟକୁ ଗରମ କରି ଖାଇବା ପାଇଁ ପସନ୍ଦ କରନ୍ତି। ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଓଭେନରେ ଏହି ପ୍ରକାର ଖାଦ୍ୟ ଗରମ କରିବା ଦ୍ୱାରା ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ସବୁଜ ପତ୍ରଯୁକ୍ତ ପନିପରିବା :- ସବୁଜ ପତ୍ରଯୁକ୍ତ ପନିପରିବାକୁ ଓଭେନରେ ଗରମ କରିବାକୁ ବାରଣ କରାଯାଏ। ପାଳଙ୍ଗ ଓ ଅନ୍ୟାନ୍ୟ ପ୍ରକାର ଶାଗକୁ ଓଭେନରେ ଦ୍ୱିତୀୟ ଥର ଗରମ କରିବା ଅନୁଚିତ୍। ସବୁଜ ପନିପରିବାରେ ନାଇଟ୍ରେଟ୍ ଥାଏ, ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପାଲଟିଯାଏ, ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ବିପଦ ଆଶଙ୍କାକୁ ବୃଦ୍ଧି କରିପାରେ।
ଫ୍ରାଏଡ୍ ଖାଦ୍ୟକୁ :- ମାଇକ୍ରୋୱେଭରେ ଫ୍ରେଞ୍ଚ୍ ଫ୍ରା ଏବଂ ପକୋଡା ପରି ଫ୍ରାଏଡ୍ ଖାଦ୍ୟକୁ ଗରମ କରିବା ଠାରୁ ଦୂରେଇ ରୁହନ୍ତୁ। ମାଇକ୍ରୋୱେଭରେ ଫ୍ରାଏଡ ଖାଦ୍ୟ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଚା’ :- ମାଇକ୍ରୋୱେଭରେ ଚା’ ମଧ୍ୟ ଗରମ ନ କରିବା ଉଚିତ୍। ପ୍ରଥମତଃ ଚା ତିଆରି କରି ଦୀର୍ଘ ସମୟ ରଖିବା ଦ୍ୱାରା ଏହା ଖରାପ ହୋଇ ଯାଇଥାଏ, ଯଦି ପୁନର୍ବାର ଏହାକୁ ମାଇକ୍ରୋୱେଭରେ ଗରମ କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକରାକ ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking