27.1 C
Bhubaneswar
Tuesday, May 7, 2024
Homeଅପରାଧଘ‌ରେ ପଶି ମହିଳାକୁ ଗଣଦୁଷ୍କର୍ମ କଲେ ଦୁର୍ବୁତ୍ତ

ଘ‌ରେ ପଶି ମହିଳାକୁ ଗଣଦୁଷ୍କର୍ମ କଲେ ଦୁର୍ବୁତ୍ତ

ନୂଆଦିଲ୍ଲୀ : ରାଜସ୍ଥାନର ଡୁଙ୍ଗରପୁରରେ ଘଟିଛି ଅଭାବନୀୟ ଘଟଣା । ଘ‌ରେ ପଶି ଦେଢ଼ବର୍ଷର ଛୁଆ ସାମ୍ନାରେ ମା’କୁ ଦୁଇଜଣଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ, ‘ମୁଁ , ମୋ ସ୍ତ୍ରୀ ଓ ଦେଢ଼ବର୍ଷ ଝିଅକୁ ନେଇ ଡୁଙ୍ଗରପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଗାର୍ଡ ରୁମ୍‌ରେ ଦୀର୍ଘ ୬ବର୍ଷ ହେବ ରହିଆସୁଛି। ଗତ ବୁଧବାର ରାତିରେ କାମରେ ବ୍ୟସ୍ତ ଥି‌ବାରୁ ଘରକୁ ଫେରି ପାରି ନଥିଲି। ଏଭଳି ସମୟରେ ଦୁଇଜଣଯୁବକ ବାଇକ୍‌ରେ ଆସି ଘରେ ପହଞ୍ଚିଥିଲେ। ସ୍ତ୍ରୀ ତାଙ୍କୁ ଦେଖି କବାଟ ଖୋଲିବା ପରେ ସେମାନେ କହିଥିଲେ କି ମୁଁ ତାଙ୍କୁ ଘରକୁ ପଠାଇଛି। ସ୍ତ୍ରୀ ସେମାନଙ୍କ କଥାକୁ ବିଶ୍ବାସ କରି ଦୁଇଜଣ ଅଜଣା ଯୁବକଙ୍କୁ ଘରକୁ ଡାକି ନେଇଥିଲେ। ଏହାପରେ ସେମାନେ ସ୍ତ୍ରୀ କୋଳରୁ ଛୁଆକୁ ଟାଣି ନେଇ ଗଣଦୁଷ୍କର୍ମ କରିଥିଲେ। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଦୁଇଜଣଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କାମ ସାରି ମୁଁ ଘରକୁ ଫେରିବା ପରେ ସ୍ତ୍ରୀଙ୍କ ଠାରୁ ସବୁକଥା ଜାଣିବା ପରେ ମୋର ପାଦତଳୁ ମାଟି ଖସି ଯାଇଥିଲା। କ’ଣ କରିବି କିଛି ବୁଝି ପାରି ନଥିଲି। ସ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ପୁଲିସରେ ଏହି ଘଟଣାର ଅଭିଯୋଗ କରିଛି।’ ପୀଡ଼ିତା ସ୍ବାମୀଙ୍କ ଅଭି‌ଯୋଗକୁ କେନ୍ଦ୍ର କରି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ସିସିଟିଭି ଯାଞ୍ଚ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତଦ୍ବୟଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking