32.1 C
Bhubaneswar
Friday, April 26, 2024
Homeଓଡିଶାତିନିରଥର ଚତୁର୍ପାର୍ଶ୍ୱ ରଙ୍ଗ କାର୍ଯ୍ୟ ଓ ସଖୀ ଖଞ୍ଜା ଶେଷ

ତିନିରଥର ଚତୁର୍ପାର୍ଶ୍ୱ ରଙ୍ଗ କାର୍ଯ୍ୟ ଓ ସଖୀ ଖଞ୍ଜା ଶେଷ

ପୁରୀ: ଆଉ ମାତ୍ର ୨ ଦିନ ପରେ ଭକ୍ତଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ସେପଟେ ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତ ସେବାୟତ ମାନେ ନିଜର ଶେଷ ସ୍ପର୍ଶ ଦେଉଛନ୍ତି । ତେବେ ଆଜି ତିନିରଥରେ ଠେକେରାବାଡ଼ ଉଠିବା ସହ ସେଥିରେ ସଖୀ ଖଞ୍ଜା ଶେଷ ହୋଇଅଛି । ଏଥିସହ ରଥକୁ ସାରଥୀ ଏବଂ ଅନ୍ୟାନ୍ୟ ଜିନିସାତ ବୋହି ନେବାକୁ ଭୋଇସେବକଙ୍କ ପାଇଁ ଦୁଇଟି କାଠ ସାଙ୍ଗୀ ନିର୍ମାଣ ଶେଷ ହୋଇଅଛି ।

ଏହି ଛୋଟ ଛୋଟ ନିର୍ମାଣ କାର୍ଯ୍ୟ ସହ ତିନିରଥର ଚତୁର୍ପାର୍ଶ୍ୱ ରଙ୍ଗ କାର୍ଯ୍ୟ ଶେଷହୋଇଅଛି । ତିନି ରଥର ‘ପ୍ରଭା’ ରେ ଖୋଦିତ ରୂପ ଗୁଡିକରେ ରଙ୍ଗ ଚିତ୍ରକାର୍ଯ୍ୟ ଚିତ୍ରକାର ସେବକମାନେ ଶେଷ କରିଛନ୍ତି, ଆସନ୍ତାକାଲି ଏହି ତିନିଗୋଟି ପ୍ରଭା ତିନିରଥରେ ଫିଟିଙ୍ଗ କରାଯିବ। ଆଜି ତିନିରଥର କନକମୁଣ୍ଡି ପାଇଁ ପିତଳ ସଜ ସଫାହୋଇ ଆସିଥିଲା ।

ଆଜି ରାତିରେ କନକ ମୁଣ୍ଡି ରେ ପିତଳ ସଜ ଫିଟିଙ୍ଗ କରାଯିବ । ଅନ୍ୟପଟେ ତିନିରଥର ଦରଜୀ ସ୍ୱେକ ମାନେ କନକ ମୁଣ୍ଡି ଚାନ୍ଦୁଆ, ଉଡା ଚାନ୍ଦୁଆ ଏବଂ ସାରଥୀ ପୋଷାକ ସିଲାଇ ଶେଷ କରି ଶ୍ରୀଜୀଉଙ୍କ ବିଜେ ଚକା ପାଇଁ ବନାରସୀ ଜରୀ କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ତକିଆ ନିର୍ମାଣ ଶେଷ କରିଛନ୍ତି । ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳରେ ଓଝା ମହାରଣା ମାନେ ଗାରଦ ଅଫିସ ବରାଦ ପ୍ରକାରେ ଦୁଇଟି କଟୁରି ଏବଂ ଛୁରୀ ନିର୍ମାଣ କରି ଯୋଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking