30.1 C
Bhubaneswar
Saturday, May 4, 2024
Homeଓଡିଶା୫ ଦିନ ଧରି ‌ବେକାବୁ ଜଙ୍ଗଲ ନିଆଁ

୫ ଦିନ ଧରି ‌ବେକାବୁ ଜଙ୍ଗଲ ନିଆଁ

ଯାଜପୁର : କଟକ ବନଖଣ୍ଡ ଯାଜପୁର ଜିଲ୍ଲା ର ସୁକିନ୍ଦା ରେଞ୍ଜ୍ ରାଁସୋଳ ଫରେଷ୍ଟ୍‌ ସେକ୍ସନ ଚିଙ୍ଗୁଡ଼ିପାଳ ପାଟଣା ମୌଜା ବଡ଼ଖମଣ ଗୁଗାଁ ସଂଲଗ୍ନ ଚାଢ଼୍ରାବୁରୁ(ନଣ୍ଡାପାହାଡ଼)-ଗୁରୁଜଙ୍ଗ ଆମ୍ବଖୋଲ ପାହାଡ଼ ମଧ୍ୟବର୍ତ୍ତୀ ଇଲାକାରେ ଥିବା ଜଙ୍ଗଲ ୫ ଦିନ ଧରି ଜଳୁଛି। ଏହାର ପଶ୍ଚିମ ପାର୍ଶ୍ବରେ ପାଟଣା, ଦଲକସାହି, ପୂର୍ବଦିଗରେ ଓସ୍ତପାଳ, ଦକ୍ଷିଣରେ ଦୈତାରୀ ପର୍ବତମାଳା ଆଡ଼କୁ ନିଆଁ ମାଡ଼ି ଚାଲିଥିବା ପାରିପାର୍ଶ୍ବିକ ଅଞ୍ଚଳବାସୀ ଅଭିଯୋଗ କରନ୍ତି। ଜଙ୍ଗଲ ନିଆଁରୁ ଆଖପାଖ ଗାଁରେ ସକାଳୁ ସଞ୍ଜ ତାତିର ପ୍ରକୋପ ବଢ଼ୁଛି ପଛେ କମିବାର ନାଁ ଧରୁନି। ଏହା ସାଙ୍ଗ କୁଜିଲ୍ଲା ର ତାପ ମାତ୍ରା 42, ଡିଗ୍ରୀ ପ୍ରଚଣ୍ଡ ଖରା ଜଙ୍ଗଲ ପଟୁ ପ୍ରବାହିତ ଉତ୍ତପ୍ତ ଝାଞ୍ଜି ପବନ ସାଧାରଣ ଜନଜୀବନକୁ ଅସ୍ତ ବ୍ୟସ୍ତ l ଗ୍ରାମବାସୀଙ୍କ ଠାରୁ ସୂଚନାପାଇ ସୁକିନ୍ଦା ଅଗ୍ନିଶମ ବାହିନୀ ୨ଟି ଦମକଳ ସହ ପାହାଡ଼ ତଳ ଗୁରୁଜଙ୍ଗ ଓ ପାଟଣାରେ ପହଞ୍ଚିଥିଲା। ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ସାମଲ, ହାବିଲଦାର ବିବରାମ ପରିଡ଼ା ଓ ଅଜୟ କୁମାର ଜେନା, ଆଗ୍ନିକ ପ୍ରଭଞ୍ଜନ ବେହେରା, ରାଜକୁମାର ଧଳ ଓ ବୈକୁଣ୍ଠନାଥ ନାହାକ ପାହାଡ଼ ତଳ ନିଆଁକୁ ଆୟତ୍ତ କରିଥିଲେ ହେଁ ଭୟଙ୍କର ସ୍ଥିତିରେ ଥିବା ପାହାଡ଼ ଉପର ନିଆଁ ଆଗରେ ଅସହାୟ ମଣିଥିଲେ। ପାହାଡ଼କୁ ଗାଡ଼ି ଚଢ଼ିବା ଅସମ୍ଭବ ଥିଲା। ଘଟଣାସ୍ଥଳରୁ ସେମାନେ ନିରୁପାୟ ହୋଇ ଫେରିଆସିବାକୁ ବାଧ୍ୟ ହୋଇଥିଲେ l ନିଆଁ ଆଁରେ ବହୁ ମୂଲ୍ୟବାନ ଗଛଲତା ଓ ଗୁଳ୍ମ ପୋଡ଼ିଯିବା ସହ ବହୁ ବନ୍ୟଜନ୍ତୁ ପୋଡ଼ି ପ୍ରାଣ ହରାଉଥିବା ସୂଚନା ମିଳିଛି। ଆଞ୍ଚଳିକ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ିବା ସହ ସ୍ଥାନୀୟ ଇଲାକା ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ଅନୁଭୂତ ହୋଇଛି। ପାରିପାର୍ଶ୍ବିକ ଅଞ୍ଚଳ ଧୂଆଁମୟ ହୋଇରହିବା ସହ ପାଉଁଶ ଧୂଳି ସ୍ଥାନୀୟ ପରିବେଶକୁ ପ୍ରଭାବିତ କରିରଖିଛି। ବନପାଳ ନରେଶ ଚନ୍ଦ୍ର ଟୁଡ଼ୁ, ୨ ବନରକ୍ଷୀ ଇପସିତରାୟ ନାୟକ ଓ ଗୌରାଙ୍ଗ ଜାରିକାଙ୍କ ନେତୃତ୍ବରେ ୨୦ ଜଣିଆ ବନ କର୍ମଚାରୀ ବାହିନୀ ୫ଦିନ ଧରି ଜଙ୍ଗଲରେ ପହରା ଦେଉଥିଲେ ମଧ୍ୟ ନିଆଁ କାବୁ କରିବା ସମ୍ଭବ ହେଉନଥିବା ସେମାନେ କହନ୍ତି। ସେହିପରି ବାଘୁଆସାହି ପାହାଡ଼ ଓ କଅଁସ ପଞ୍ଚାୟତ ତଳଙ୍ଗି ଓ କୋଇପଶି ଜଙ୍ଗଲରେ ନିଆଁ ଲାଗିଥିବାରୁ ବନ ବିଭାଗ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ରାତିରେ ଜଙ୍ଗଲ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ନିଆଁରେ ମୁଖ୍ୟ ସଡ଼କ ଆଲୋକିତ ହୋଇ ଉଠୁଥିବା ସ୍ଥଳେ ନିଆଁ ଲିଭାଇବା ପାଇଁ ସାଧାରଣରେ ଉଦ୍ୟମ ନହେବା ବିଭାଗୀୟ ଉଦ୍‌ବେଗର କାରଣ ହୋଇଛି। ଜଙ୍ଗଲରେ ବ୍ୟାପକ ନିଆଁ ଲାଗିଥିଲେ ମଧ୍ୟ ପାର୍ଶ୍ବସ୍ଥ ଗ୍ରାମବାସୀଙ୍କର ଏଥିପ୍ରତି କାହାର ନିଘା ନଥିଲା ଭଳି ଲାଗୁଛି। ଏ ସଂପର୍କରେ ବନପାଳ ଶ୍ରୀ ଟୁଡ଼ୁଙ୍କୁ ପଚାରିବାରେ କିଛି ନ୍ୟସ୍ତସ୍ବାର୍ଥୀ ବ୍ୟକ୍ତି ଅଖଣ୍ଡ ଶିକାର ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଉଥିବା କହନ୍ତି। ଏହା ନିଜ ‌ଗୋଡ଼ରେ କୁରାଢ଼ି ମାରିବା ସଦୃଶ ହେଉଥିଲେ ସେମାନେ ‌ଚେତୁନଥିବା ଦର୍ଶାଇ ଚିନ୍ତା ପ୍ରକଟ କରିଥିଲେ। ଏହାବାଦ୍ ଏବେ ଦୈନିକ ୩ ରୁ ୪ଟି ସ୍ଥାନରେ ନିଆଁ ଲାଗୁଥିବା ଓ ସୀମିତ କର୍ମଚାରୀଙ୍କୁ ନେଇ ବ୍ଲୋୟର ସହାୟତାରେ ନିଆଁ ଲିଭା ଉଦ୍ୟମ କଷ୍ଟକର ବ୍ୟାପାର ବୋଲି ବନ ବିଭାଗ ପକ୍ଷ ରୁ କୁହାଯାଉଛି l ଜଙ୍ଗଲ ରେ ନିଆଁ ଲଗାଇ ବା ଅଭିଯୋଗ ରେ ଦୁଇ ଜଣ ଙ୍କୁ ଗିରଫ କରଯାଇଛି l ସେମାନେ ହେଲେ ଆଶୋକ ଝର ଗ୍ରାମ ର ମlଧ ପ୍ରଧାନ (୫୯) ଓ ବଇସl ପ୍ରଧାନ ପୋଡୁ ଚାଷ ପାଇଁ 5ଏକର ଜମି ରେ ନିଆଁ ଲଗାଇ ଥିଲେ ବୋଲି ସ୍ଵୀକାର କରିଥିଲେ ବନ ବିଭାଗ ଆଇନ (୧୯୭୨) ର ୩୭(୧)(ଗ) ଓ (ଘ) ଧାରା ରେ ଆସାମୀ ଦ୍ୱୟ କୁ ଗିରଫ କରି କୋର୍ଟ ପଠା ଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking