28.1 C
Bhubaneswar
Thursday, March 28, 2024
Homeଓଡିଶାପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍

ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ୱର: ରାଜ୍ୟରେ ସ୍କୁଲବସ୍ ଯାଞ୍ଚ ଲାଗି ପରିବହନ ବିଭାଗ ପକ୍ଷରୁ ପୁଣିଥଣେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ । ତେବେ ବିଚ୍ ରାସ୍ତା ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଆକ୍ସନ ପରେ ଏହି ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଏକ ସପ୍ତାହ ପାଇଁ ପରିବହନ ବିଭାଗ କରିବ ସ୍ୱତନ୍ତ୍ର ଡ୍ରାଇଭ । ସ୍କୁଲ ଓ କଲେଜ ବସ୍ ଓଭରଲୋଡ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସପ୍ତାହେ ପରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବେ ପରିବହନ କମିଶନର ।

ପରିବହନ କମିଶନରଙ୍କ ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରାଯିବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗସ୍ତ କରିଥିଲେ। କୌଣସି ଏକ କାର୍ଯ୍ୟକ୍ରମକୁ ଗସ୍ତ କଲାବେଳେ ବାଟରେ ଅଟକିଥିଲେ ସମୀର । ଏବଂ ସେହି ସମୟରେ ରାସ୍ତାରେ ଯାଉଥିବା ଏକ ବସ୍‌କୁ ଅଟକାଇ ତନଖି କରିଥିଲେ ।

ସିଟ୍ ଠାରୁ ଅଧିକ ଛାତ୍ରଙ୍କୁ ଓଭରଲୋଡ କରି ନିଆଯାଉଥିବା ମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହୋଇଥିଲା । ପରେ ମନ୍ତ୍ରୀ ନିଜେ ବସ୍‌କୁ ସିଜ କରିବା ସହ କର୍ମଚାରୀଙ୍କୁ ତାଗିଦ୍ କରିଥିଲେ । ଏହାପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ସ୍କୁଲବସ୍ ଯାଞ୍ଚ ପ୍ରକ୍ରିୟା ହୋଇଥିଲା । ଅନେକ ବସ୍ ଉପରେ ଲକ୍ଷାଧିକ ଟଙ୍କା ଜରିମାନା ଲାଗୁ କରାଯାଇଥିବା ବେଳେ କିଛି ଅଟୋ ଏବଂ ଭ୍ୟାନ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking