32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ: ବନ୍ଦ ହେବ ବେଆଇନ ଅଙ୍ଗ ପ୍ରତ୍ୟାରୋପଣ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ: ବନ୍ଦ ହେବ ବେଆଇନ ଅଙ୍ଗ ପ୍ରତ୍ୟାରୋପଣ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ବେଆଇନ୍ ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟା ବନ୍ଦ ହେବ । ଦେଶରେ ବଢ଼ୁଥିବା ଏପ୍ରକାର ଘଟଣାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଏବେ ଏଦିଗରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ପ୍ରାରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ ଅଙ୍ଗ ପ୍ରତ୍ୟାରୋପଣ ଭଳି ବେଆଇନ୍ କାର୍ଯ୍ୟକଳାପ ସହ ସମ୍ପୃକ୍ତ ଥିବା ହସ୍ପିଟାଲ ତଥା ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମନ୍ତ୍ରଣାଳୟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି । ଅଙ୍ଗ ପ୍ରତିରୋପଣ ପାଇଁ ଧାର୍ଯ୍ୟ ଆଇନର ଉଲ୍ଲଂଘନ କରିବା ପୂର୍ବକ ବେଆଇନ୍ ଅଙ୍ଗ ପ୍ରତ୍ୟାରୋପଣ ଘଟଣାରେ ସମ୍ପୃକ୍ତ ଥିବା ହସ୍ପିଟାଲ କିମ୍ବା ସମ୍ପୃକ୍ତ ଡାକ୍ତରଙ୍କ ଲାଇସେନ୍ସ ବାତିଲ୍ (ରଦ୍ଦ) କରିବାକୁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍‌୍‌ଏସ୍‌) ଡକ୍ଟର ଅତୁଲ ଗୋଏଲ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଏସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ଚିଠିରେ ଡକ୍ଟର ଗୋୟଲ ଉଲ୍ଲେଖ କରିଛନ୍ତି, ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସମସ୍ତ ତଥ୍ୟ ମାସିକ ଭିତ୍ତିରେ ‘ଜାତୀୟ ଅଙ୍ଗ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ୍ ସଂଗଠନ (ନୋଟୋ) ସହ ସେୟାର କରିବା ଉଚିତ୍ । ସେହିପରି ଏଥିରେ ଦେଶର ନାଗରିକ ତଥା ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଭୂକ୍ତ କରାଯିବା ଉଚିତ୍ । ହରିଆଣା ଏବଂ ରାଜସ୍ଥାନରେ ବାଂଲାଦେଶୀ ବେଆଇନ୍ ଅଙ୍ଗ ପ୍ରତ୍ୟାରୋପଣ ର‌୍ୟାକେଟ୍ ବେଶ୍ ସକ୍ରିୟ ଥିବା ନେଇ ରିପୋର୍ଟ ପ୍ରକାଶ ପାଇବାର ୨ ସପ୍ତାହ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଆଦେଶ ସାମ୍ନାକୁ ଆସିଛି । ବିଦେଶୀ ନାଗରିକଙ୍କ ସହିତ ଜଡ଼ିତ ଅଙ୍ଗରେ ବ୍ୟବସାୟିକ କାରବାର ବିଷୟରେ ଉଲ୍ଲେଖ କରିଥିବା ଗଣମାଧ୍ୟମ ରିପୋର୍ଟକୁ ଉଲ୍ଲେଖ କରି ଡକ୍ଟର ଗୋଏଲ କହିଛନ୍ତି, “ଦେଶରେ ବିଦେଶୀନାଗରିକଙ୍କ ଅଙ୍ଗ ପ୍ରତିରୋପଣ ସଂଖ୍ୟାରେ ବୃଦ୍ଧି ଘଟିଥିବା ନୋଟୋ’ ରେଜିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି । ତେବେ ଏସମ୍ପର୍କରେ ମନିଟରିଂ ବା ସମୀକ୍ଷାପୂର୍ଣ୍ଣ ଯାଞ୍ଚ୍ କରାଯିବା ଉଚିତ୍ ।

ଟ୍ରାନ୍ସପ୍ଲାଣ୍ଟେସନ ଅଫ୍ ହୁୂ୍ୟମାନ ଅର୍ଗାନ୍‌ସ ଆଣ୍ଡ୍ ଟିସୁ ଆଇନ୍ (ଥୋଟା)-୧୯୯୪ ଅନୁଯାୟୀ, ରାଜ୍ୟ ଦ୍ୱାରା ନିଯୁକ୍ତ ଏକ ଟିମ୍ ନିଜ ନିଜ ରାଜ୍ୟରେ ବିଦେଶୀ ନାଗରିକଙ୍କ ପ୍ରତି ଅଙ୍ଗ ପ୍ରତିରୋପଣ ମାମଲାର ଅନୁସନ୍ଧାନ କରିବା ଉଚିତ । ଏହି ପତ୍ରରେ ଡକ୍ଟର ଗୋୟଲ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯଦି ଆଇନ ଉଲ୍ଲଂଘନ କରାଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ଏବଂ ବେଆଇନ ଅଙ୍ଗ ପ୍ରତିରୋପଣରେ ସମ୍ପୃକ୍ତ ଡାକ୍ତରଖାନାର ପଞ୍ଜୀକରଣକୁ ବାତିଲ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଗତ ୧୦ ତାରିଖରେ ଜାରି କରାଯାଇଥିବା ଏହି ଚିଠିରେ ଗୋଏଲ, ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ୍‌ସ୍ ଆଣ୍ଡ୍ ଟିସୁ ଆଇନ୍ (ଥୋଟା)- ୧୯୯୪ ଅନୁଯାୟୀ ।ଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ନିଯୁକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ ରାଜ୍ୟରେ ଅଙ୍ଗ ପ୍ରତ୍ୟାରୋପଣର ଶିକାର ହୋଇଥିବା ବିଦେଶୀ ନାଗରିକଙ୍କ ମାମଲାରେ ଯାଞ୍ଚ କରିବା ସହ ‘ଥୋଟା’ ଆଇନ୍ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking