33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶମରିଗଲା ମମତା; ୫ ମାସର ଛୁଆକୁ ପାଣିରେ ବୁଡାଇ ହତ୍ୟା କଲା ମା'

ମରିଗଲା ମମତା; ୫ ମାସର ଛୁଆକୁ ପାଣିରେ ବୁଡାଇ ହତ୍ୟା କଲା ମା’

ଲକ୍ଷ୍ନୌ: କୁହାଯାଏ ମା’ ପାଖେ ଛୁଆ ସର୍ବଦା ସୁରକ୍ଷିତ ରହିଥାଏ । କିନ୍ତୁ କେତେକ ସ୍ଥାନରେ ଏହା ଭୁଲ ମଧ୍ୟ ପ୍ରମାଣିତ ହେଉଛି । ଯେଉଁ ମା’ ନଅ ମାସ ଗର୍ଭରେ ଧରି ଛୁଆକୁ ଜନ୍ମ କରିଥାଏ ସେହି ମା’ ହିଁ ଛୁଆକୁ ମାରିବା ପାଇଁ ପଛାଏ ନାହିଁ । ଉତ୍ତରପ୍ରଦେଶ ବସ୍ତିରୁ ଆସିଛି କଳିଯୁଗ ମା’ର ହୃଦୟ ବିଦାରକ ଘଟଣା । ଜନ୍ମଦାତ୍ରୀ ସାଜିଲା ପିଶାଚିନୀ । ନିଜ ହାତରେ ଉଜାଡିଲା ସଂସାର । ୫ମାସର ଛୁଆକୁ ପାଣିରେ ବୁଡାଇ ହତ୍ୟା କଲା ରାକ୍ଷାସୀ ମାଆ । ବସ୍ତି ଜିଲ୍ଲାର ହରିୟା ଥାନା କ୍ଷେତ୍ର ଅଞ୍ଚଳର ଆମାରି ବାଜାରରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମା’କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଶାଶୁଙ୍କ ସମେତ ପରିବାର ଶିଶୁକୁ ହତ୍ୟା କରିବା ନେଇ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଶଶୁର ଘର ଲୋକେ ଏକ ବିବାହରେ ଯୋଗ ଦେବା ପାଇଁ ପାଖ ଗ୍ରାମକୁ ଯାଇଥିଲେ । ଏହି ସମୟରେ ମା’ ନିଜ ଛୋଟ ଛୁଆକୁ ନେଇ ଛାତକୁ ଯାଇଥିଲେ ।

ଏହାପରେ ଛାତରେ ଥିବା ପାଣି ଟାଙ୍କିରେ ଛୁଆକୁ ପକାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା । ପାଣିରେ ଅଣନିଶ୍ୱାସ ହୋଇ ୫ ମାସ ଛୁଆର ପ୍ରାଣ ହରାଇଥିଲା । ତେବେ ମୃତ୍ୟୁ ହେବା ପରେ ଛୁଆକୁ ଟାଙ୍କିରୁ ବାହାରକୁ କାଡି ଘରକୁ ଆଣିଥିଲା । ତେବେ ଶଶୁର ଘର ଲୋକ ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରିବା ପରେ ଘରେ ଛୁଆର ମୃତଦେହ ଦେଖିଥିଲେ । ମୃତ ଶିଶୁକୁ ଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ତେବେ ଶ୍ୱଶୁର ଘର ଲୋକେ ଏହାର କାରଣ ପଚାରିବା ପରେ ଅଭିଯୁକ୍ତ ମା’ ସତ ସ୍ୱୀକାର କରିଥିଲା । ତେବେ ଜଣେ ମା’ ନିଜ ଛୁଆର ହତ୍ୟାକାରୀ ହୋଇପାରିବ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର ଲୋକେ । ତେବେ ବୋହୂ ଉପରେ ଭୂତ ପ୍ରେତର ପ୍ରଭାବ ପଡିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking