29.1 C
Bhubaneswar
Saturday, April 27, 2024
Homeଅପରାଧପ୍ରେମ ବିବାହର କରୁଣ ପରିଣତି, ଝିଅର ତଣ୍ଟି କାଟିଦେଲା ବାପା

ପ୍ରେମ ବିବାହର କରୁଣ ପରିଣତି, ଝିଅର ତଣ୍ଟି କାଟିଦେଲା ବାପା

ନୂଆଦିଲ୍ଲୀ: ତାମିଲନାଡୁର ଥିରୁପୁରରେ ଜଣେ ବାପା ନିଜ ଜନ୍ମ କଲା ଝିଅର ତଣ୍ଟି କାଟି ଦେଇଛନ୍ତି । ହେଲେ ଠିକ ସମୟରେ ତାର ଜୀବନ ବଂଚି ଯାଇଛି । ବାସ୍ତବରେ ଝିଅ ନିଜ ପସନ୍ଦରେ ବିବାହ କରିଥିଲା । ଏତିରେ ବିରକ୍ତ ହୋଇ ବାପା ଝିଅକୁ ପେପର କଟରରେ ତାର ତଣ୍ଟି କାଟିବାକୁ ଚେଷ୍ଟା କରିଛନ୍ତି । ତେବେ ବେକ ଯଦିଓ ସଂପୂର୍ଣ୍ଣ କଟିପାରିଲା ନାହିଁ ମାତ୍ର ସେ ନିହାତି ଭାବରେ ଆହତ ହୋଇଛି । ପିତା ପୁରାଜାଙ୍କ ତାଙ୍କ ଝିଅ ପ୍ରିୟଙ୍କା ୨୫ ବର୍ଷୀୟ ମୋହମ୍ମଦ ୟାସୀନକୁ ଭଲପାଉଥିଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏକ ଗାର୍ମେଣ୍ଟ ଫ୍ୟାକ୍ଟ୍ରିରେ କାମ କରିବା ସମୟରେ ହୋଇଥିଲା ଓ ଗତ ୪ ବର୍ଷ ଧରି ଦୁହେଁ ରିଲେସନସିପରେ ଥିଲେ । ଏବିଷୟରେ ପୂଜାରାଙ୍କୁ ଜଣାପଡିବା ପରେ ସେ ଝିଅକୁ ଚେତାବନୀ ଦେଇଥିଲେ ଓ ତାକୁ ନିଜ ଭଉଣୀ ଘରେ ଛାଡି ଦେଇଥିଲେ । ଏହାପରେ ପ୍ରିୟଙ୍କା ଓ ୟାସୀନ ୧୬ ଜୁଲାଇରେ ଫେରାର ହୋଇ ବିବାହ କରିନେଇଥିଲେ । ଏହାପରେ ପ୍ରିୟଙ୍କା ୟାସୀନର ପରିବାର ସହିତ ରହୁଥିଲା । ତେବେ ଶନିବାର ପ୍ରିୟଙ୍କା ଘରେ ଏକା ଥିଲା । ସମସ୍ତେ କାମକୁ ପଳାଇଥିଲେ । ସେହି ସମୟରେ ତାର ପିତା ପୂଜାରା ନିଶାସକ୍ତ ଅବସ୍ଥାରେ ଆସି ତାକୁ ଆକ୍ରମଣ କରିଥିଲେ । ପରେ ଏକ ପେପର କଟର ସାହାଯ୍ୟରେ ଝିଅର ବେକକୁ କାଟି ପଳାଇ ଯାଇଥିଲେ । ଏହାପରେ ପ୍ରିୟଙ୍କା ଚିତ୍କାର କରିବାକୁ ଲାଗିଥିଲା । ଚିତ୍କାର ଶୁଣି ପଡିଶା ଘର ଲୋକେ ପହଂଚି ତାର ଜୀବନ ରକ୍ଷା କରିଥିଲେ । ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ପରେ ଅବିନାସୀ ପୁଲିସ ଅଭିଯୁକ୍ତ ପିତା ପୂଜାରାକୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking