32.1 C
Bhubaneswar
Saturday, May 4, 2024
Homeଓଡିଶାଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଆଜି ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ନୂଆ ମୁହଁ । ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢିବେ ମହେଶ ସାହୁ । ସୀମା ନାୟକଙ୍କ ଜାଗାରେ ମହେଶ ହେଲେ ନୂଆ ପ୍ରାର୍ଥୀ । ରଘୁନାଥପାଲୀରେ ନୂଆ ମୁହଁ ହେଲେ ଅର୍ଚ୍ଚନା ବେହେରା । ତେବେ ସୁର୍ବତ ତରାଇଙ୍କ ଜାଗାରେ ପ୍ରାର୍ଥୀ ହେଲେ ଅର୍ଚ୍ଚନା । ବରୀରେ ସୁନନ୍ଦା ଦାସଙ୍କ ଜାଗା ନେଲେ ବିଶ୍ୱରଂଜନ ମଲ୍ଲିକ । ବାଲିକୁଦା ଏରସମାରୁ ପ୍ରଥମ ଥର ପାଇଁ ଲଢିବେ ସାରଦା ଜେନା। ପୂର୍ବତନ ମନ୍ତ୍ରୀ ବିଧାୟକ ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ପାଇଛନ୍ତି ଟିକେଟ । ସେହିଭଳି ବାଙ୍ଗରିପୋଷିରେ ସୁଦାମ ମାରାଣ୍ଡିଙ୍କ ସ୍ଥାନ ନେଲେ ପତ୍ନୀ ରଂଜିତା  ମାରାଣ୍ଡି । 4 ବିଧାୟକ ଙ୍କ ଟିକେଟ କାଟିଲା ।

୧) ରଘୁନାଥପାଲୀ-ଅର୍ଚ୍ଚନା ବେହେରା
୨)ବାଲିକୁଦା ଏରସମା- ସାରଦା ଜେନା
୩)ବରୀ-ବିଶ୍ୱରଂଜନ ମଲ୍ଲିକ
୪)କାକଟପୁର-ତୁଷାରକାନ୍ତି ବେହେରା
୫)ହିନ୍ଦୋଳ-ମହେଶ ସାହୁ
୬)ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି

ସୂଚନାଯୋଗ୍ୟ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୪୧ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୬ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

ବିଜେଡି ତାଲିକା ; କଟିଲା ପ୍ରତିଷ୍ଠାତା ସଦସ୍ୟ ଅମରଙ୍କ ଟିକେଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking