28.1 C
Bhubaneswar
Saturday, April 27, 2024
Homeଓଡିଶାପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଲେ ଗ୍ରାମବାସୀ

ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଲେ ଗ୍ରାମବାସୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶପାଳ ପଂଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପାତର ଅନ୍ତରକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । ତେବେ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ପ୍ରଶାସନ ତରଫରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସ୍ଥାନୀୟ ଲୋକମାନେ ପଂଚାୟତ କାର୍ଯ୍ୟାଳୟ ତାଲା ପକାଇବା ସହ ଗେଟ୍ ସମ୍ମୁଖରେ ଧାରଣାରେ ଅଡି ବସିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀ ଚୟନ, ଯେଗ୍ୟ ହିତାଧିକାରୀଙ୍କ ଘର ପ୍ରଦାନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି । ତେବେ କେଉଁ ଆଧାରରେ ଧନୀକ ଓ ମୁଷ୍ଟିମେୟ ଶ୍ରେଣୀର ଲୋକଙ୍କୁ ଘର ପ୍ରଦାନ କରାଯାଇଛି, ମାତ୍ର ଗରିବ ଲୋକଙ୍କ ପ୍ରତି ହୋଇଥିବା ଅନ୍ୟାୟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ବହୁ ସମୟ ଆନ୍ଦୋଳନରେ ବସିବା ପରେ ସେଠାରେ କାମାକ୍ଷାନଗର ବିଡିଓ ବିକାଶ କୁମାର ମହାନ୍ତି ସେଠାରେ ପହଂଚିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରତିଶୃତି ଦେଇଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ର ପୁନଃପ୍ରତିଷ୍ଠା ପାଇଁ ଦାବି
ଢେଙ୍କାନାଳ : ଢେଙ୍କାନାଳ ପୈାରାଞ୍ଚଳର ୩ ନଂ ୱାର୍ଡରେ ସ୍ୱାସ୍ଥ୍ୟ କେନ୍ଦ୍ର ପୁନଃ ପ୍ରତିଷ୍ଠା ପାଇଁ ଜିଲ୍ଲା ବୁଦ୍ଧିଜୀବି ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ୱାର୍ଡରେ ବହୁ ବର୍ଷ ହେଲା ଚାଲିଥିବା ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କୋଠାକୁ ଦୁଇ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ୨ ଓ ୩ ନଂ ୱାର୍ଡବାସୀ ଦକ୍ଷିଣକାଳୀଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି । ତେଣୁ ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ସଂଗଠନ ତରଫରୁ ପୁର୍ବତନ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବି କରାଯାଇଥିଲା । ତେଣୁ ସଂଗଠନ ପକ୍ଷରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁନଃ ନିର୍ମାଣ କରାଯିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ପୁନର୍ବାର ସଂଗଠନର ସଦସ୍ୟ ଡ. ତୁଷାରକାନ୍ତି ନାୟକ ଓ ରୁଦ୍ର ପ୍ରକାଶ ଶରଣଙ୍କ ନେତୃତ୍ୱରେ ପ୍ରଭାତ ନଳିନୀ ମିଶ୍ର, ଗୀତା ସାମଲଙ୍କ ସହଯୋଗରେ ଜିଲ୍ଲାପାଲଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking