29.1 C
Bhubaneswar
Monday, May 6, 2024
Homeଓଡିଶାପ୍ରାର୍ଥୀ ହେବେ ମୋକିମଙ୍କ ଝିଅ!

ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ!

ଭୁବନେଶ୍ୱର : ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ । ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ହୋଇପାରନ୍ତି ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ । ଆଇନ ଜାଲରେ ଛନ୍ଦିବା ପରେ ନିର୍ବାଚନ ଲଢିବା ମୋକିମଙ୍କ ପାଇଁ ଆଉ ସମ୍ଭବପର ନୁହେଁ । ତେଣୁ ତାଙ୍କ ଝିଅଙ୍କୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋକିମଙ୍କ ଜାଗାରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ମିଳିଛି ସହମତି ।  ଏନେଇ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ସହମତି ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ ଓଏଚଆରଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଗତକାଲି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି ।  ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ। ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ । ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ ମୋକିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking