25.1 C
Bhubaneswar
Thursday, May 9, 2024
Homeଓଡିଶାଖାଉଟି କଲ୍ୟାଣ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଲିପା

ଖାଉଟି କଲ୍ୟାଣ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଲିପା

ଢେଙ୍କାନାଳ : ଖାଉଟି କଲ୍ୟାଣରୁ ବଞ୍ଚିତ ଦୃଷ୍ଟିହିନ ଭିନ୍ନକ୍ଷମ ମହିଳା । ପଞ୍ଚାୟତ ଠାରୁ ଆରମ୍ବକରି ବ୍ଲକ୍ କାର୍ଯ୍ୟାଳୟ ବାରମ୍ବାର ଦୈାଡିବା ପରେ ତାଙ୍କ ଗୁହାରି କେହି ଶୁଣୁ ନଥିବା ନେଇ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖାଉଟି କଲ୍ୟାଣ ଯୋଜନାରେ ସାମିଲ କରିବା ସହିତ ରାସନ କାର୍ଡ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଶୁଆଖାଇ କାଟେଣୀ ପଂଚାୟତ କତକମଡା ଗ୍ରାମରେ ଦୃଷ୍ଟିହୀନ ଲପା ବେହେରାଙ୍କ ଘର । ସେ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟି ଝିଅ ଯାହାର ବୟସ ୭ ବର୍ଷ । ମାତ୍ର ସ୍ୱାମୀ ତାଙ୍କୁ ପଚାରୁ ନଥିବାରୁ ସେ ବାପଘରେ ଆସି ଆଶ୍ରୟ ନେଇ ରହିଛନ୍ତି । ତାଙ୍କୁ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ବୋଲି ପ୍ରମାଣ ପତ୍ର ମିଳିଛି ।

ତିନି ବର୍ଷ ପୁର୍ବେ ତାଙ୍କ ମା-ଝିଅକୁ ଖାଉଟି କଲ୍ୟାଣ ଯୋଜନାରେ ୧୦ କେଜି ଚାଉଳ ପାଉଥିଲେ । ହେଲେ ତାଙ୍କ ନାମକୁ ବର୍ଷେ ହେଲା ଖାଉଟି କଲ୍ୟାଣ ଯୋଜନାରୁ କଟାଯାଇଥିବାରୁ ଡିଲର ତାଙ୍କୁ ସାମଗ୍ରୀ ଦେବାକୁ ମନା କରିଦେଇଥିଲା । ଏ ସଂକ୍ରାନ୍ତରେ ସେ ସରପଂଚ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୈାଡି ଅଭିଯୋଗ କରୁଥିଲେ ମଧ୍ୟ କେହି କଥା ଶୁଣୁନଥିବା ପ୍ରକାଶ କରିଛନ୍ତି । ତାଙ୍କ ଭିନ୍ନକ୍ଷମ ଭତା ମଧ୍ୟ ମିଳୁନଥିବା ସେ କହିଛନ୍ତି । ସେ ଜଣେ ଦୃଷ୍ଟିହୀନ ହୋଇଥିବାରୁ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ତେବେ ଶେଷ ଆଶ୍ରା ଭାବି ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ଗୁହାରି ଜଣାଇଛନ୍ତି । ତେବେ ତାଙ୍କୁ ତୁରନ୍ତ ଭିନ୍ନକ୍ଷମ ଭତା ସହିତ ଖାଉଟି କଲ୍ୟାଣ ଯୋଜନାରେ ସାମିଲ କରି ରାସନ କାର୍ଡ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking