30.1 C
Bhubaneswar
Monday, May 20, 2024
Homeଓଡିଶାଶ୍ରୀବତ୍ସଙ୍କ ପାଇଁ ସାତସପନ ସରକାରୀ ଯୋଜନା

ଶ୍ରୀବତ୍ସଙ୍କ ପାଇଁ ସାତସପନ ସରକାରୀ ଯୋଜନା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ କରମୁଳ ପଂଚାୟତରେ ପଡି ରହିଛନ୍ତି ଅସହାୟ ଶ୍ରୀବତ୍ସ ବେହେରା । ସେ ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଯାଇଛି । ଭିନ୍ନକ୍ଷମ ସହିତ ବୃଦ୍ଧ ହୋଇଥିବା ହେତୁ ବସିଉଠି ପାରୁ ନଥିବା ଜଣାପଡିଛି । ମାତ୍ର ରୋଜଗାର ପାଇଁ ପରିବାରରେ ଆଉ କେହି ନାହାନ୍ତି । ପରିବାର କହିଲେ ସେ ଆଉ ତାଙ୍କ ରୋଗିଣା ସ୍ତ୍ରୀ ଲତା ବେହେରା (୫୮ ବର୍ଷ) । ସେ କର୍କଟ ରୋଗରେ ପିଡିତ ହୋଇ କଟକରେ ଥିବା ହରିହର କର୍କଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାସନ କାର୍ଡରେ ଯେଉଁ ଚାଉଳ ଗଣ୍ଡାକ ମିଳୁଛି ତାହା ମାସ ଯାକ ଚଳିବାକୁ ହେଉ ନାହିଁ । ପାଖରେ ଜମିବାଡି ନାହିଁ କହିଲେ ଚଲେ । ମାତ୍ର ଦୁଃଖର ବିଷୟ ୩ ବର୍ଷ ହେଲା ଭତା ଟିକକ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ତାଙ୍କୁ କାହିଁକି ଭତା ଦିଆଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଶ୍ରୀବତ୍ସଙ୍କୁ ଭତା ପ୍ରଦାନ ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking