33.1 C
Bhubaneswar
Sunday, May 5, 2024
Homeଓଡିଶାମଦ ବେପାରୀଙ୍କ କାର୍ଯ୍ୟକଳାପରେ ଗ୍ରାମବାସୀ ଅତିଷ୍ଠ 

ମଦ ବେପାରୀଙ୍କ କାର୍ଯ୍ୟକଳାପରେ ଗ୍ରାମବାସୀ ଅତିଷ୍ଠ 

ଭଦ୍ରକ : ବାରିକପୁର ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଚୋରା ମହୁଲି ମଦ ବିକ୍ରୟ ସେତେ ବୃଦ୍ଧି ପାଉଥିବା ଜଣାଯାଇଛି । ଏପରିକି ଗ୍ରାମବାସୀମାନେ ଏହାକୁ ବିରୋଧ କରୁଥିବା ବେଳେ ଚୋରା ବେପାରୀ ସେମାନଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହେଉଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଝୁଟୁଣା ଗ୍ରାମର ରବିନ୍ଦ୍ର ଜେନା ଓ ତାଙ୍କ ସ୍ତ୍ରୀ ସୁନା ଜେନା ଦୀର୍ଘ ବର୍ଷ ହେବ ଗାଁରେ ଚୋରା ମହୁଲିମଦ ବିକ୍ରି କରୁଛନ୍ତି । ଏବେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରବିନ୍ଦ୍ର ମହୁଲି ମଦ ବିକ୍ରୟକୁ ଆହୁରି ବଢ଼ାଇବାରେ ଲାଗିଛି । ହାତ ପାହାନ୍ତାରେ ମଦ ମିଳୁଥିବାରୁ ଗାଁର ଯୁବ ଓ ମଧ୍ୟ ବୟସ୍କ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏପରିକି ଗ୍ରାମ୍ୟ ପରିବେଶ ନଷ୍ଟ ହେଉଥିବା ବେଳେ ପ୍ରତ୍ୟେକ ଦିନ ଗାଁରେ ମଦଜନିତ ଝଗଡ଼ା ଗଣ୍ଡଗୋଳ ଆଦି ଲାଗି ରହୁଛି । ସଚେତନ ଗ୍ରାମବାସୀ ହିସାବରେ ଗାଁର କିଛି ଲୋକ ଏ ବାବଦରେ ସ୍ଥାନୀୟ ଥାନାକୁ ଜଣାଇଥିଲେ ।

ଏ ନେଇ ଗତ ୧୭ତାରିଖ ଦିନ ମଞ୍ଜୁରୀରୋଡ଼ ଫାଣ୍ଡି ପକ୍ଷରୁ ଚୋରା ମଦ ବେପାରୀ ରବିନ୍ଦ୍ରକୁ ଗିରଫ କରାଯାଇଥିଲା । ଗିରଫର କିଛି ଘଣ୍ଟା ପରେ ଚୋରା ବେପାରୀ ଜଣକ ଫାଣ୍ଡିରୁ ଫେରି ଏବେ ପୂର୍ବଭଳି ପୁଣି ମଦ ବିକ୍ରୟ କରୁଛି । ଏପରିକି ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଦୁହେଁ ମିଶି ସାହିପଡ଼ିଶା ଓ ଗାଁ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୁଲିସକୁ ଯିଏ ଖବର ଦେବ ତାକୁ ଭୁଜାଲିରେ ହାଣି ଶେଷ କରିଦେବି ବୋଲି ଧମକ ଦେଇଛି । ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଭୟଭୀତ ଗ୍ରାମବାସୀ ପ୍ରଭାତୀ ଜେନା, କାଞ୍ଚନ ଜେନା, ସୁଲୋଚନା ଜେନା, ମାଳତୀ ଜେନା, ମଞ୍ଜୁ ଜେନା ପ୍ରମୁଖ ମହିଳାମାନେ ଗତ ରାତିରେ ଶୀତକାକରରେ ଛୁଆପିଲାଙ୍କୁ ଧରି ଥାନାରେ ପହଞ୍ଚି ପୁଲିସ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାଛଡ଼ା ଚୋରା ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking