40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ତ୍ରୀର ମୃତ୍ୟୁ ଶୁଣି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ

ସ୍ତ୍ରୀର ମୃତ୍ୟୁ ଶୁଣି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଶ୍ୱନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀର ମୃତ୍ୟୁ ଖବରପାଇ ବାଇକ୍ ଯୋଗେ ସ୍ୱାମୀ ତାଙ୍କ ବନ୍ଧୁ ସହ ଫେରୁଥିଲେ । ବିଶ୍ୱନାଥପୁରଠାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅନ୍ୟଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ସଦର ବ୍ଲକ୍ ହରେକୃଷ୍ଣପୁର ଗ୍ରାମର ଦିଲ୍ଲୀପ ନାୟକ ପତ୍ନୀର ମୃତ୍ୟୁ ଖବରପାଇ ଗଁଦିଆ ଅଞ୍ଚଳର ଜଣେ ବନ୍ଧୁ ହେମନ୍ତ ବେହେରାଙ୍କୁ ନେଇ ଗଁଦିଆରୁ ବାଇକ ଯୋଗେ ଗ୍ରାମକୁ ଫେରୁଥିଲେ । ବିଶ୍ୱନାଥପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଗଛରେ ଧକ୍କା ହୋଇଥିଲେ ।

ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିବାବେଳେ ବନ୍ଧୁ ହେମନ୍ତ ଗୁରୁତର ହୋଇପଡିଥିଲେ । ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନା ଥାଉକି, ଦିଲ୍ଲୀପ ୨ ମାସ ପୂର୍ବେ ବିବାହ କରିଥିଲେ । ତେବେ ଦିଲ୍ଲୀପ ଗଁଦିଆ ଯାଇଥିବାବେଳେ ସନ୍ଧ୍ୟାରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଏବେ ଏହା ସନ୍ଦେହଜନକ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking