28.8 C
Bhubaneswar
Saturday, June 20, 2026
Homeଦେଶ ବିଦେଶଶାନ୍ତି ପାଇଁ ୟୁକ୍ରେନ ଆଗରେ ବଡ଼ ସର୍ତ୍ତ ରଖିଲେ ପୁଟିନ୍‌

ଶାନ୍ତି ପାଇଁ ୟୁକ୍ରେନ ଆଗରେ ବଡ଼ ସର୍ତ୍ତ ରଖିଲେ ପୁଟିନ୍‌

ମସ୍କୋ: ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ନେଇ ପ୍ରସ୍ତୁତ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କହିଥିବାବେଳେ ଏଥିପାଇଁ ମସ୍କୋ ବଡ଼ ସର୍ତ୍ତ ରଖିଛି। ରୁଷିଆ ଏହାର ମୁଖ୍ୟ ଲକ୍ଷ୍ୟ ହାସଲ କରିବାକୁ ପ୍ରତିବଦ୍ଧ ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି। ୟୁକ୍ରେନ୍‌ ସହ ଚାଲିଥିବା ଯୁଦ୍ଧର ସମାଧାନ ଲାଗି ଯଥାଶୀଘ୍ର ସମ୍ଭବ ଶାନ୍ତିପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚତ୍ବା ପାଇଁ ପୁଟିନ୍‌ ଚାହାନ୍ତି ବୋଲି ବାରମ୍ବାର କହିଆସୁଛନ୍ତି। ଏହା ଏକ ଦୀର୍ଘ ପ୍ରକ୍ରିୟା ଏବଂ ଏଥିପାଇଁ ଉଦ୍ୟମ ଆବଶ୍ୟକ, ଯାହା ଏତେ ସହଜ ନୁହେଁ। ଆମ ପାଇଁ ମୁଖ୍ୟ କଥା ହେଉଛି ଲକ୍ଷ୍ୟ ହାସଲ କରିବା। ଆମ ଲକ୍ଷ୍ୟ ସ୍ପଷ୍ଟ ବୋଲି ପେସ୍କୋଭ୍‌ କହିଛନ୍ତି। ଜୁନ୍‌ ପ୍ରଥମ ଭାଗରେ ଆରମ୍ଭ ହୋଇଥିବା ବୁଝାମଣା ଅଟକିବା ପରେ ଆସନ୍ତା ସପ୍ତାହରୁ ପୁଣି ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍‌ ପ୍ରସ୍ତାବ ଦେଇଥିଲା। ୫୦ ଦିନ ମଧ୍ୟରେ ମସ୍କୋ ଶାନ୍ତି ଚୁକ୍ତିନାମା ପାଇଁ ରାଜି ନ ହେଲେ ଏହାଠାରୁ ଇନ୍ଧନ କିଣୁଥିବା ଦେଶଗୁଡ଼ିକ ଉପରେ କଟକଣା ଲାଗୁ କରାଯିବ ଏବଂ ୟୁକ୍ରେନ୍‌କୁ ଆବଶ୍ୟକ ଅସ୍ତ୍ର ସହାୟତା ଯୋଗାଇ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ସୋମବାର ଚେତାବନୀ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking