32.7 C
Bhubaneswar
Friday, June 19, 2026
Homeଓଡିଶାଚିଠି ଲେଖି ଫସିଗଲେ ଦୟାଲ ଗଙ୍ଗୱାର

ଚିଠି ଲେଖି ଫସିଗଲେ ଦୟାଲ ଗଙ୍ଗୱାର

ଭୁବନେସ୍ୱର : ଚିଠି ଲେଖି ଫସିଗଲେ ଦୟାଲ ଗଙ୍ଗୱାର । ଆକ୍ସନ ନେବାପାଇଁ ସୌମ୍ୟଙ୍କ ବିରୋଧରେ ଦେଇଥିଲେ ଚିଠି । ସାମ୍ନାକୁ ଆସିଲା ଏଡିଜି ଦୟାଲ ଗଙ୍ଗୱାରଙ୍କ ସସପେଣ୍ଡ ପଛର ସତ ଓ କନଷ୍ଟେବଳ ସୌମ୍ୟଙ୍କୁ କେମିତି ନିର୍ଯ୍ୟାତନା ଦେଉଥିଲେ, ତାର ବଡ଼ ଖୁଲାସା ହୋଇଛି । ୨୦୨୩ ମସିହାରୁ ୨୦୨୫ ମସିହା ପର୍ୟ୍ୟନ୍ତ ରେଲୱେ ଆଣ୍ଡ କୋଷ୍ଟାଲ ସିଜ୍ୟୁରିଟି ଏଡିଜି ଥିଲେ ଗଙ୍ଗୱାର । ସେଠାରୁ ସିଧା ଏଡିଜି କମ୍ୟୁନିକେଶନକୁ ବଦଳି ହୋଇଥିଲେ । ଆଉ ନିଜେ ବଦଳି ବେଳେ ରେଳ ବିଭାଗରୁ ୮ ଜଣ ହାବିଲଦାର ଓ କନଷ୍ଟେବଳଙ୍କୁ ନିଜ ସାଙ୍ଗରେ ନେଇଗଲେ ।

ନିୟମ କହୁଛି,ଦାୟିତ୍ୱ ହସ୍ତାନ୍ତର ବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ୮ ଜଣ କର୍ମଚାରୀଙ୍କ ବାବଦରେ ଅବଗତ କରାଇବା କଥା । କିନ୍ତୁ କାହାରିକୁ କିଛି ନଜଣାଇ, କିମ୍ବା ଚିଠି ବା କୌଣସି କାଗଜପତ୍ର ନକରି ମୃତ କନଷ୍ଟେବଳ ସୌମ୍ୟଙ୍କ ସମେତ ୮ ଜଣକୁ ନିଜ ସାଙ୍ଗରେ ନେଇ ଯାଇଥିଲେ ଗଙ୍ଗୱାର । ଯାହାଦ୍ୱାରା ସେଠାରେ ଗଙ୍ଗୱାରଙ୍କ ସହ କାମ କରୁଥିବା ୮ ଜଣକ ବାବଦରେ କୌଣସି ବି ପ୍ରମାଣ ରହି ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking