ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଓ ସମସ୍ତ କ୍ଷେତ୍ରରେ ବିଫଳତାର ଦୁଇବର୍ଷର ଶାସନକୁ ନେଇ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଦେବାଶିଷ ପଟ୍ଟନାୟକ, ପୂର୍ବତନ ସାଂସଦ ଶକୁନ୍ତଳା ସିଂ ଲାଗୁରୀ, ପିସିସି ମୁଖପାତ୍ର ଯୋଗଦେଇ ସରକାରଙ୍କ ଅଯୋଗ୍ୟତାକୁ ସମାଲୋଚନା କରିଥିଲେ l ପୂର୍ବତନ ସାଂସଦ ଶ୍ରୀମତୀ ଲାଗୁରୀ ଆଦିବାସୀ ରାଷ୍ଟ୍ରପତି ପୁଣି ମହିଳା ଓ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଆଦିବାସୀଙ୍କୁ ଏତେ ହତାଦର୍ କଣ ପାଇଁ ? ତାଙ୍କ ଜଳ ଜଙ୍ଗଲ ଜମି ଅଧିକାର ଛଡେଇ ନେଇ ତାଙ୍କ ଉପରେ ଜୁଲୁମ୍ କଣ ପାଇଁ ଓ ପେଶା ଆଇନ ଲାଗୁ କରିବା ପାଇଁ ଦାବି କରିବା ସହ ଆଦିବାସୀ ବିରୋଧୀ ମନୋଭାବକୁକୁ ସେ ଦୃଢ ନିନ୍ଦା କରିଛନ୍ତି।
ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ବିଜେପି ସରକାରରେ ୨୪ ମାସରେ ୨୩ ଟି ପରୀକ୍ଷା ପତ୍ର ଲିକ୍, ଓଡ଼ିଶା ହିଂସା କାଣ୍ଡରେ ୧ ନମ୍ବର ଓ ମହିଳା ହିଂସାରେ ୨ ନମ୍ବର ଏନସିଆରବି ୨୦୨୪ କୁ ନେଇ ସରକାରକୁ ଭର୍ତ୍ସନା କରିବା ସହ ଓଡ଼ିଶାର ବଜେଟ୍ ଆକାର ବଡ଼ ହୋଇଥିଲେ ମଧ୍ୟ ୪୩% କାହିଁକି ଖର୍ଚ୍ଚ ହୋଇପାରିନାହିଁ ପ୍ରଶ୍ନ କରିବା ସହ କେନ୍ଦ୍ର ଅନୁଦାନ ୧୮% କମେଇଦିଆଯାଇଛି କାହିଁକି ଏ କଣ ଡବଲ ଇଞ୍ଜିନର ଓଡ଼ିଶା ପାଇଁ ଉପହାର କି ପ୍ରଶ୍ନ କରିବା ସହ ମହାମହିମ ରାଷ୍ଟ୍ରପତି କଣ ବିଜେପି ଦଳର ଦଳୀୟ ଉତ୍ସବରେ ଯୋଗ ଦେବା ସାମ୍ବିଧାନିକ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି ଯାହା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି l
କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ୨୪ ମାସରେ ପାଖାପାଖି ୬୦ ହଜାରରୁ ଉର୍ଦ୍ଧ ମାମଲା ରୁଜୁ ହୋଇଛି ମହିଳା ହିଂସା ବିରୋଧରେ। ମହାମହିମ ରାଷ୍ଟ୍ରପତି ନିଜ ମାଟିକୁ ଆସିବାର ୨ ଦିନ ପୂର୍ବରୁ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଚିନ୍ତା ପ୍ରକଟ ନ କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ। ରଜ ପର୍ବ ଦିନରେ ଓଡ଼ିଶାରେ ୨୪ ଘଣ୍ଟାରେ ୩ ଦୁଷ୍କର୍ମ ଅତି ଲଜ୍ଜ୍ୟାଜନକ ଓ ଦିନକୁ ୧୫ ବଳାତ୍କାର ଓଡ଼ିଶା ପାଇଁ ବିପଦ ଜନକ ଚିନ୍ତାର ବିଷୟ ହୋଇପଡ଼ିଛି। ଏପଟେ ସୁଭଦ୍ରା ଯୋଜନାରେ ଭଣ୍ଡେଇ ଦେଇ ନା ୫୦ ହାଜର ଦେଲେ ନା ସବୁ ମହିଳାଙ୍କୁ ଦେଲେl ବାର୍ଦ୍ଧକ୍ୟ ଭତ୍ତା ୩-୪ ମାସ ହେଲା ଅଘୋଷିତ ଭାବେ ବନ୍ଦ କରି ଦେଇ ବୃଦ୍ଧ ବୃଦ୍ଧାଙ୍କୁ ହଇରାଣ କରିବା ଅତ୍ୟନ୍ତ ଦୁ୍ଭାଗ୍ୟଜନକ କହିବା ସହ ସେ ଟଙ୍କା କାହା ପକେଟ୍କୁ ଗଲା ପ୍ରଶ୍ନ କରିବା ସହ ଶିକ୍ଷା କ୍ଷେତ୍ରରେ ପିଲାଙ୍କ ବହିରେ ମାଳ ମାଳ ଭୁଲ୍ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଇଛି ଯେଉଁଥିରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ। ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା କହି ଥାନାରେ ଥାର୍ଡ ଡିଗ୍ରୀ ଯୋଜନା ଆରମ୍ଭ କରିଦେଇଛି ବିଜେପି ସରକାର ଓ ହାଜତ ମୃତ୍ୟୁ ସଂଖ୍ୟା ୯ ରେ ପହଞ୍ଚିଲାଣି।୨୪ ମାସର ସରକାର କାମ ଫେଲ ଫେଲରେ ଚାଲିଛି l ଦୁଇ ବର୍ଷର ସରକାରଙ୍କ ଉପଲବ୍ଧି ହେଉଛି ପାହାଡ଼ ପାହାଡ଼ ବିଫଳତା ବୋଲି ସେ କହିଛନ୍ତି।










