28.1 C
Bhubaneswar
Saturday, April 27, 2024
Homeଅପରାଧଗଣଦୁଷ୍କର୍ମ ପୀଡ଼ିତା ୭ ମାସର ଗର୍ଭବତୀ, ଥାନାରେ କହିଲେ ସେଦିନର କାଳରାତ୍ରୀ ସମ୍ପର୍କରେ....

ଗଣଦୁଷ୍କର୍ମ ପୀଡ଼ିତା ୭ ମାସର ଗର୍ଭବତୀ, ଥାନାରେ କହିଲେ ସେଦିନର କାଳରାତ୍ରୀ ସମ୍ପର୍କରେ….

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ବିଧବା ଆଦିବାସୀ ମହିଳା (୩୫)ଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ବେଳେ ମହିଳା ଜଣକ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ଲୋକଲଜ୍ୟା ଭୟରେ ଚୁପ୍ ରହିଥିବା ପୀଡ଼ିତା ଶେଷରେ ସାହସ ଜୁଟାଇ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିବା ସହ ନିଜର ସୁରକ୍ଷା ଲୋଡ଼ିଛନ୍ତି । ସ୍ୱାମୀଙ୍କର ଅକାଳ ମୃତ୍ୟୁ ପରେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ୭ ମାସ ତଳେ ଅଭିଯୁକ୍ତ ସମ୍ରାୟ ହାଁସଦା (୪୫) ବିଳମ୍ବିତ ରାତିରେ ମହିଳାଙ୍କ ଘରେ ପଶି ତାଙ୍କୁ ଜୋର୍ ଜବରଦସ୍ତ ମଦ ପିଆଇ ଏକ ନିଛାଟିଆ ସ୍ଥାନକୁ ଟେକି ନେଇଥିଲା । ସେଠାରେ ପୂର୍ବରୁ ଜଗି ରହିଥିବା ଅନ୍ୟ ତିନିଜଣ ସାନ ହାଁସଦା (୨୦), ଅଭିରାମ ହାଁସଦା (୧୯), ଏସ୍‌କେ ବସିର (୪୩) ସହ ମିଶି ସମ୍ରାୟ ମହିଳାଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା ।

ନିଶାରେ ଥାଇ ବି ମହିଳା ଜଣଙ୍କ ତାଙ୍କ ସହ ହେଉଥିବା ବର୍ବର କାଣ୍ଡର ପ୍ରତିବାଦ କରିଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଅଭିଯୁକ୍ତ । ରାତିରେ ବହୁ କଷ୍ଟରେ ଘରକୁ ଫେରିଥିଲେ ପୀଡ଼ିତା । ତେବେ ହତ୍ୟା ଧମକ ଏବଂ ଲୋକଲଜ୍ଜ୍ୟା ଭୟରେ ଏ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ । ଗତ ସପ୍ତାହରେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ସେ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା । ଶେଷରେ ସାହସ ସଞ୍ଚୟ କରି ଗତକାଲି ମୋରଡ଼ା ଥାନାରେ ପହଞ୍ଚି ସେଦିନର କାଳରାତି ସମ୍ପର୍କରେ ସବୁ କଥା କହିଥିଲେ ପୀଡ଼ିତା । ତାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking