31.1 C
Bhubaneswar
Tuesday, May 7, 2024
Homeଅପରାଧରକ୍ଷକ ସାଜିଲା ଭକ୍ଷକ: ଥାନା ଭିତରେ ଗଣଦୁଷ୍କର୍ମ ପୀଡିତାକୁ ଦୁଷ୍କର୍ମ

ରକ୍ଷକ ସାଜିଲା ଭକ୍ଷକ: ଥାନା ଭିତରେ ଗଣଦୁଷ୍କର୍ମ ପୀଡିତାକୁ ଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ଦୁଷ୍କର୍ମ କଲେ ଥାନା ଅଧିକାରୀ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଲିତପୁର ପୋଲିସ୍ ଷ୍ଟେସନରେ । ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଚାରି ଜଣ ଯୁବକ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ କବଳରୁ ଖସି ପଳାଇ ଆସି ଏହାପରେ ନ୍ୟାୟ ପାଇଁ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ।

ତେବେ ଏଠାରେ ତାଙ୍କୁ ନ୍ୟାୟ ମିଳିବା ବଦଳରେ ପୁଣି ଥରେ ଦୁଷ୍କର୍ମର ଶିକାର ହେବାକୁ ପଡିଥିଲା । ଥାନା ଅଧିକାରୀ ଉକ୍ତ ଗଣଦୁଷ୍କର୍ମ ପୀଡିତାଙ୍କ ସହ ପୁଣି ଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଜଣକ ଏସ୍‌ପିଙ୍କ ନିକଟରେ ଗୁହାରି କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲଳିତପୁର ଥାନାଅଧିକାରୀ ଫେରାର ରହିଥିବାବେଳେ ତିଲକଧାରୀ ସରୋଜଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ୩ ଜଣକୁ ଗିରଫ କରାଯାଇଛି । ଡିଆଇଜି ରେଞ୍ଜ ଝାନ୍ସିରୁ ୨୪ ଘଣ୍ଟା ମଧ୍ୟରେ ପୁରା ମାମଲାର ରିପୋର୍ଟ ମଗାଯାଇଛି । ଏପ୍ରିଲ ୨୨ ତାରିଖରେ ଉତ୍ତରପ୍ରଦେଶରେ ଘଟିଛି ଏହି ଲଜ୍ଜା ଜନକ ଘଟଣା । ଲଲିତପୁର ପୋଲିସର କହିବା ଅନୁଯାୟୀ, ଏହି ମାମଲାରେ ପୋଲିସ ନିଜ ତରଫରୁ ପସ୍କୋଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking