31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୨-୧୮ ବର୍ଷ ପିଲାଙ୍କ ଶରୀରରେ କୋଭାକ୍ସିନ ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ...

୨-୧୮ ବର୍ଷ ପିଲାଙ୍କ ଶରୀରରେ କୋଭାକ୍ସିନ ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ : ୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ଲୋଡ଼ିଛି ଭାରତ ବାୟୋଟେକ୍ । ଗତ ମାସରେ ୬ରୁ ୧୨ ମାସ ପିଲାଙ୍କ ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ଅନୁମତି ଦେଇଥିଲେ ।

ତା’ ପୂର୍ବରୁ ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି)କୁ ସୁପାରିଶ କରିଥିଲା । ସେହିପରି ଗତ ବର୍ଷ ଡିସେମ୍ବର ମାସରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଅନୁମତି ମିଳିଥିଲା ।

ଦେଶର କେତେକ ସ୍ଥାନରେ ପୁଣି କରୋନା ସଂକ୍ରମଣ ବଢିଚାଲିଥିବାରୁ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦିଆଯାଉଛି । ସରକାର ଗତ ଜାନୁଆରି ମାସରେ ବୁଷ୍ଟର ଡୋଜ୍ ପ୍ରଦାନ କରିବା ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଉର୍ଦ୍ୱ ବ୍ୟକ୍ତିମାନଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking