31.1 C
Bhubaneswar
Sunday, May 19, 2024
Homeଅପରାଧବିଶ୍ୱବିଦ୍ୟାଳୟ ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ବିଶ୍ୱବିଦ୍ୟାଳୟ ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟର ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଗ୍ରେଟର ନୋଏଡାରେ ଥିବା ଗୈାତମ ବୁଦ୍ଧ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ । ତେବେ ସୂଚନା ଅନୁସାରେ, ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଶାଶୁଙ୍କ ସହ ରହୁଥିଲେ । ବର୍ତମାନ ଶାଶୁ ଓ ସ୍ୱାମୀ ଫେରାର ଥିବା ବେଳେ ସ୍ୱାମୀ ଓ ଶାଶୁ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ମୃତ ମହିଳାଙ୍କ ସ୍ୱାମୀ ନିକଟରେ ଥିବା ଜେ.ଆଇ.ଏମ.ଏସ ହସ୍ପିଟାଲରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହୋଇଥାଏ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହି କାରଣ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଏବଂ ଉଭୟଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking