29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଫଗାନୀଙ୍କୁ ପାସ୍‌ପୋର୍ଟ ଯୋଗାଣ ପ୍ରକ୍ରିୟା ଆରମ୍ଭ

ଆଫଗାନୀଙ୍କୁ ପାସ୍‌ପୋର୍ଟ ଯୋଗାଣ ପ୍ରକ୍ରିୟା ଆରମ୍ଭ

କାବୁଲ୍‌: ଗତ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନ ଉପରେ କବ୍‌ଜା କରିଥିବା ଆତଙ୍କୀ ସଂଗଠନ ତାଲିବାନ୍ ପରବର୍ତ୍ତୀ ସମୟରେ ସରକାର ଗଠନ କରିଛି । ତେବେ ଦେଶବାସୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ନ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହି ସଂଗଠନର ସଦସ୍ୟମାନେ ଏହାକୁ ସମ୍ମାନ ଦେବାରେ ହେଳା କରିଆସିଛନ୍ତି । ତା’ଛଡ଼ା ଦେଶର ନାଗରିକମାନଙ୍କୁ ପାସ୍‌ପୋର୍ଟ ଯୋଗାଣ ଉପରେ ମଧ୍ୟ କଟକଣା ଲଗାଇଥିଲେ । କିନ୍ତୁ ମଙ୍ଗଳବାରଠାରୁ ପାସ୍‌ପୋର୍ଟ ଯୋଗାଣ ପ୍ରକ୍ରିୟା ତାଲିବାନ୍ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସଂଗଠନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଟ୍ୱିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସେ ଦେଇଥିବା ସୂଚନାନୁସାରେ, ସୋମବାର ଇସଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନର ମନ୍ତ୍ରୀ ପରିଷଦ ବୈଠକ ବସିଥିଲା ଓ ଏହି ବୈଠକରେ ନାଗରିକମାନଙ୍କୁ ପାସ୍‌ପୋର୍ଟ ଓ ତାଜକିରା ଅର୍ଥାତ୍ ଜାତୀୟ ପରିଚୟପତ୍ର ପ୍ରଦାନ କରିବା ସକାଶେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଜାହିଦ୍ ଟ୍ୱିଟ୍ କରିଛନ୍ତି । ପାଖାପାଖି ଦୁଇ ଦଶନ୍ଧି ପରେ ସୁନ୍ନୀ ପାଶତୁନ୍ ଆତଙ୍କୀମାନେ କ୍ଷମତାକୁ ଆସିବା ପରେ ଦେଶର ନାଗରିକମାନେ ଅନ୍ୟତ୍ର ପଳାୟନ ପାଇଁ ବିମାନବନ୍ଦରରେ ନାହିଁ ନ ଥିବା ଭିଡ଼ ଜମାଇଥିଲେ ।

ତେଣୁ କ୍ଷମତାକୁ ଆସିବା ପରେ ତାଲିବାନ୍ ସଂଗଠନ ପକ୍ଷରୁ ପାସ୍‌ପୋର୍ଟ ଯୋଗାଣ ଉପରେ ରୋକ ଲଗାଯାଇଥିଲା । ଏପରିକି ତାଲିବାନ୍ ଓ ଆଫଗାନିସ୍ତାନ ସେନା ମଧ୍ୟରେ ଯୁଦ୍ଧ ଜାରି ରହିଥିବା ସମୟରେ ମଧ୍ୟ ଏହି ପ୍ରକ୍ରିୟା କ୍ରମଶଃ ମନ୍ଥର ହୋଇଯାଇଥିଲା । ବର୍ତ୍ତମାନ ପ୍ରତିଦିନ ୫ରୁ ୬ ହଜାର ଭିତରେ ପାସ୍‌ପୋର୍ଟ ଦୈନିକ ଯୋଗାଇ ଦିଆଯିବ ବୋଲି ପାସ୍‌ପୋର୍ଟ କାର୍ଯ୍ୟାଳୟର ଅନ୍ତରୀଣ ମୁଖ୍ୟ ଆଲାମ୍ ଗୁଲ୍ ହକ୍କାନୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking