ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭାଲିଆଡ଼ାଳ ପଞ୍ଚାୟତ ଭାଲିଆଡାଳ ଗ୍ରାମ ବେନୁଆଧରସାହିରେ ଜଣେ ଗର୍ଭବତୀଙ୍କୁ ୩କିମି ଖଟିଆରେ ବୋହିନେଇ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଡାକ୍ତରଖାନାକୁ ଅଣାଯାଇଥିବା ଜଣାପଡିଛି । ପ୍ରକାଶ ଯେ ବେନୁଆଦର ସାହିର ରାମ ପୂର୍ତ୍ତିଙ୍କ ଗର୍ଭବତୀ ସ୍ତ୍ରୀ ସମ୍ବାରି ପୂର୍ତ୍ତି(୨୩)ଙ୍କର ସକାଳ ୧୦ଟା ବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ରାମ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଭାଲିଆଡାଳରୁ ୩କିମି ରାସ୍ତା ଅତି ଖରାପ ଥିବାରୁ ଗାଁ ଭିତରକୁ ଯାଇପାରି ନଥିଲା । ଫଳରେ ସମ୍ବାରିକୁ ଗ୍ରାମର ରାଜେନ୍ଦ୍ର ମୁଣ୍ଡ୍ରି, ଦେବେନ୍ଦ୍ର କାଣ୍ଡାଏବୁରୁ, ବସା ତିଉ, ଉପେନ୍ଦ୍ର କୁଡ଼ାଦା, ରାମରାୟ ପୂର୍ତ୍ତି, ସୁରୁ ତିଉ ଓ ଗ୍ରାମବାସୀମାନେ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ଗ୍ରାମାଞ୍ଚଳ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।