31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଏଣିକି ପୁରୁଣା ଗାଡ଼ି ଚଳାଇଲେ ଗଣିବେ ତଣ୍ଡ, ଜାଣନ୍ତୁ କେବେ ଠାରୁ ଲାଗୁ ହେବ ଏହି...

ଏଣିକି ପୁରୁଣା ଗାଡ଼ି ଚଳାଇଲେ ଗଣିବେ ତଣ୍ଡ, ଜାଣନ୍ତୁ କେବେ ଠାରୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଏଣିକି ପୁରୁଣା ଗାଡ଼ି ଚଲାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକର ନବୀକରଣ ପାଇଁ ୮ ଗୁଣା ରେଜିଷ୍ଟ୍ରେସନ ଫିସ୍ ଦେବାକୁ ପଡ଼ିବ । ୨୦୨୨ ଏପ୍ରିଲ ମାସଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ତେବେ ଏହି ଗାଡ଼ି ମଧ୍ୟରେ ବସ୍, ଟ୍ରକ, କାର୍ ଆଦି ସାମିଲ ରହିଛି । ଏହି ଗାଡ଼ିଗୁଡ଼ିକର ଫିଟନେସ୍ ପ୍ରମାଣପତ୍ରର ନବୀକରଣ ସମୟରେ ୮ ଗୁଣା ଅଧିକ ଦେୟ ଲାଗୁ ହେବ । ଏନେଇ ଗାଡ଼ି ମାଲିକଙ୍କ ଅବଗତି ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନିୟମ ଅନୁଯାୟୀ, ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ନିୟମ ଲାଗୁ ହେବ ନାହିଁ ।

କାରଣ ସେଠାରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଚଳାଚଳ ବ୍ୟାନ୍ କରାଯାଇଛି । ୧୫ ବର୍ଷରୁ ଅଧିକ ପୁରୁଣା କାରର ନବୀକରଣ କଲେ ଏବେ ୬୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଆସନ୍ତା ବର୍ଷ ଠାରୁ ୫୦୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ପୁରୁଣା ବାଇକର ପଞ୍ଜୀକରଣକୁ ନବୀକରଣ କଲେ ୩୦୦ ପରିବର୍ତ୍ତେ ୧୦୦୦ ଟଙ୍କା ଗଣିବେ । ବସ୍ ଓ ଟ୍ରକ ପାଇଁ ମଧ୍ୟ ୧୫୦୦ ପରିବର୍ତ୍ତେ ୧୨,୫୦୦ ଗଣିବେ । ଘରୋଇ ଗାଡ଼ିର ପଞ୍ଜୀକରଣ ବିଳମ୍ବ ହେଲେ ମାସକୁ ୩୦ ଟଙ୍କା ଗଣିବାକୁ ପଡ଼ିବ । ଯେ କୌଣସି ବାଣିଜ୍ୟିକ ଗାଡ଼ି ୮ ବର୍ଷ ପୂରଣ ପରେ ପ୍ରତିବର୍ଷ ଫିଟନେସ୍ ପ୍ରମାଣପତ୍ର ନବୀକରଣ କରାଇବା ବାଧ୍ୟତାମୂଳକ । ଫିଟନେସ୍ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ମାନୁଆଲ ବ୍ୟବସ୍ଥାକୁ ହଟାଇବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking