31.1 C
Bhubaneswar
Sunday, May 19, 2024
Homeଓଡିଶାବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନ : ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ...

ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନ : ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ତାତିରୁ ମିଳିଛି ଅସ୍ବସ୍ତି। ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ ହେବାର ସମ୍ଭାବନା ରହିଛି । ତେବେ ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନର ଆଶଙ୍କା ମଧ୍ୟ ରହିଛି । ଏନେଇ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି । ଫଳରେ ସମୂଦ୍ର ଅଶାନ୍ତ ଯୋଗୁ ୬ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ୯ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଓ ଓଡ଼ିଶା ଉପର ଦେଇ ଲମ୍ବିଥିବା ଟ୍ରାପ ଲାଇନ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଅନ୍ୟପଟେ ବଜ୍ରପାତ, ବିଜୁଳି ଘଡଘଡ଼ିକୁ ନେଇ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking