30.1 C
Bhubaneswar
Friday, April 26, 2024
Homeଅପରାଧସ୍ତ୍ରୀକୁ ବିଷ ପିଆଇ ମାରିଦେଲା ସ୍ୱାମୀ

ସ୍ତ୍ରୀକୁ ବିଷ ପିଆଇ ମାରିଦେଲା ସ୍ୱାମୀ

ପାଟଣା: ଅନୈତିକ ସମ୍ପର୍କକୁ ବିରୋଧ କରିବାକୁ ସ୍ତ୍ରୀକୁ ବିଷ ପିଆଇ ମାରିଦେଲା ସ୍ୱାମୀ । ବିହାରର ଗୋପାଳଗଞ୍ଜ ଜିଲ୍ଲାର ବିଶମ୍ବରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବା ପତ୍ନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଉ ଅଭିଯୋଗ ମୁତାବକ ସ୍ୱାମୀ ଗୁରୁବାର ରାତିରେ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ବିଶମ୍ବରପୁରର ଧୁପସାଗର ଫୁଲୱାରିଆ ଗ୍ରାମରେ ଏହି ଘଟଣା ଘଟିଛି । ମୃତକଙ୍କ ନାମ ରୀନା ଦେବୀ ହୋଇଥିବାବେଳେ ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ତାଙ୍କ ପ୍ରେମିକାଙ୍କ ସହ ଫେରାର ଅଛି । ସୂଚନା ଅନୁଯାୟୀ, ୨୦୦୭ ମସିହାରେ ରୀନା ଦେବୀ ନନ୍ଦଜୀ ରାମଙ୍କୁ ବିବାହ କରିଥିଲେ । ମହିଳାଙ୍କର ୧୨ ବର୍ଷର ଝିଅ ମଧ୍ୟ ଅଛି । ରୀନାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ସ୍ୱାମୀଙ୍କର ଗାଁ’ର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା । ତେବେ ରୀନା ଏହା ଜାଣିବା ପରେ ଅନୈତିକ ସମ୍ପର୍କ ନ ରଖିବାକୁ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କହୁଥିଲେ । ଏହାକୁ ବିରୋଧ କରି ସ୍ୱାମୀ ଜଣକ ସବୁଦିନ ପତ୍ନୀଙ୍କୁ ପିଟୁଥିଲେ । ତେବେ ଗତକାଲି ନନ୍ଦଜୀ ତାଙ୍କ ପତ୍ନୀଙ୍କୁ ବିଷ ପିଆଇ ଦେଇଥିଲେ । ରୀନାଙ୍କ ମୃତ୍ୟୁ ପରେ ସେ ତାଙ୍କ ପ୍ରେମିକାଙ୍କ ସହ ଫେରାର ହୋଇଯାଇଥିଲେ । ପୋଲିସ ଏବେ ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପ୍ରେମିକାଙ୍କ ବିରୋଧରେ ହତ୍ୟା ମାମଲାରେ ଏଫ୍‌ଆଇଆର୍ ପଞ୍ଜୀକୃତ କରି ସେମାନଙ୍କୁ ଗିରଫ କରିବା ପାଇଁ ଛାନଭିନ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking