30.1 C
Bhubaneswar
Friday, April 26, 2024
Homeଅପରାଧପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ଇସ୍‌ଲାମ୍‌ବାଦ୍ : ପାକିସ୍ତାନରେ ଜଣେ ହିନ୍ତୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, କରାଚି ମ୍ୟୁନିସିପାଲିଟି କର୍ପୋରେସନର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିରବଲ ଗିନାନୀଙ୍କୁ ଲିଆରି ଏକ୍ସପ୍ରେସୱେ ନିକଟରେ ଗୁଳି କରି ହତ୍ୟା କରାଯାଇଛି । ଗାର୍ଡେନ୍ ଅଞ୍ଚଳରେ ଥିବା ତାଙ୍କ ଘରୋଇ କ୍ଲିନିକରୁ ଗୁରୁବାର ସନ୍ଧ୍ୟାରେ ବାହାରକୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ଡାକ୍ତରଙ୍କ ମୁଣ୍ଡରେ ୨ ଟି ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ହତ୍ୟାକାଣ୍ଡର ପୁରା ଭିଡିଓ ନିକଟରେ ଲାଗିଥିବା ସିସି ଟିଭିରେ ରେକର୍ଡ ହୋଇଛି । ପ୍ରାଥମିକ ତଦନ୍ତରୁ ଏହା ଟାର୍ଗେଟ କିଲିଂ ବୋଲି ପୋଲିସ କହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ କହିଛି । ପାକିସ୍ତାନ ମେଡିକାଲ ଆସୋସିଏସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯିବାର ଏହା ପାକିସ୍ତାନରେ ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking