34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ସ୍ୱାମୀ ଭିକ୍ଷାବୃତ୍ତି କରୁଥିଲେ ବି ସ୍ତ୍ରୀର ଭରଣ ପୋଷଣ କରିବାକୁ ବାଧ୍ୟ

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ସ୍ୱାମୀ ଭିକ୍ଷାବୃତ୍ତି କରୁଥିଲେ ବି ସ୍ତ୍ରୀର ଭରଣ ପୋଷଣ କରିବାକୁ ବାଧ୍ୟ

ଚଣ୍ଡିଗଡ: ସ୍ୱାମୀ ଯେକୌଣସି ଅବସ୍ଥାରେ ଥିଲେ ସୁଦ୍ଧା ପତ୍ନୀର ଭରଣପୋଷଣ ତାଙ୍କର ନୈତିକ ଓ ଆଇନଗତ ଦାୟିତ୍ୱ । ସ୍ୱାମୀ ଯଦି ଭିକ୍ଷାବୃତ୍ତି କରୁଥାନ୍ତି, ତଥାପି ସେ ତାର ପତ୍ନୀର ଭରଣ ପୋଷଣ ଦାୟିତ୍ୱ ନେବା ପାଇଁ ବାଧ୍ୟ । ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏପରି ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି । ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ପ୍ରଦାନ କରିବା ନେଇ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା ।

ଯାହାର ଶୁଣାଣିରେ ହୋଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଏକ ଦାମ୍ପତ୍ୟ ବିବାଦ ମାମଲାରେ ହରିୟାଣାର ଏକ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍‌ଯାଲେଞ୍ଜ କରାଯାଇଥିଲା । ମାମଲା କୋର୍ଟରେ ବିଚାରାଧୀନ ଥିଲେ ସୁଦ୍ଧା ସ୍ୱାମୀଙ୍କୁ ସ୍ତ୍ରୀର ଭରଣପୋଷଣ ପାଇଁ ମାସିକ ୫ ହଜାର ଟଙ୍କା, ମକଦ୍ଦମା ସମ୍ପର୍କିତ ଖର୍ଚ୍ଚ ବାବଦକୁ ସାଢେ ୫ ହଜାର ଟଙ୍କା ଓ ପ୍ରତି ଶୁଣାଣିରେ ଖର୍ଚ୍ଚ ବାବଦକୁ ୫ ଶହ ଟଙ୍କା ପ୍ରଦାନ କରିବାକୁ ସମ୍ପୃକ୍ତ ସ୍ୱାମୀଙ୍କୁ ଦାଦରି ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ଶୁଣାଣି କରି ପଞ୍ଜାବ-ହରିୟାଣା ହୋଇକାର୍ଟର ଜଷ୍ଟିସ ଏଚ.ଏସ ମଦ୍ଦାନ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଥିଲେ ।

କହିଥିଲେ, ଆଜିକାଲି ଦୈନିକ ମଜୁରୀରେ ମଧ୍ୟ ଜଣେ ବ୍ୟକ୍ତି ୫ ଶହ ଟଙ୍କା ଆୟ କରିପାରୁଛି । ଏହି ମାମଲାରେ ଆବେଦନକାରୀ ଜଣେ ସମର୍ଥ ବ୍ୟକ୍ତି । ତେଣୁ ଏହି ଛାଡପତ୍ର ମାମଲା କୋର୍ଟରେ ଥିବା ଯାଏଁ ସ୍ତ୍ରୀଙ୍କୁ ଭରଣ ପୋଷଣ ବାବଦ ଖର୍ଚ୍ଚ ସ୍ୱାମୀଙ୍କୁ ହିଁ ପ୍ରଦାନ କରିବାକୁ ହେବ । ବର୍ତ୍ତମାନ ସମୟରେ ଦୈନଦିନ ଖର୍ଚ୍ଚ ଅଧିକ ହୋଇଥିବାରୁ ଏହି ରାଶିକୁ ମାତ୍ରାଧିକ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । ରାୟକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ଖଣ୍ଡପୀଠ କହିଥିଲେ, ପତ୍ନୀ ଯଦି ଭରଣ ପୋଷଣ ପାଇଁ ଅସମର୍ଥ ତେବେ, ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ଭରଣ ପୋଷଣ ସ୍ୱାମୀର ନୈତିକ ଓ ଆଇନଗତ ଦାୟିତ୍ୱ । ଯଦି ସ୍ୱାମୀ ଜଣେ ବୃତିଗତ ଭିକ୍ଷୁକ ହୋଇଥାଏ, ତେବେ ମଧ୍ୟ ସେ ପତ୍ନୀର ଭରଣ ପୋଷଣ ଦାୟିତ୍ୱ ଗ୍ରହଣ କରିବା ପାଇଁ ମଧ୍ୟ ବାଧ୍ୟ । ସ୍ୱାମୀ ଏହି ମାମଲାରେ ସ୍ତ୍ରୀଙ୍କର ଆୟର କୌଣସି ପନ୍ଥା ଥିବା ପ୍ରମାଣ କରିନପାରିବା କାରଣରୁ ଏହି ଆବେଦନକୁ ଖାରଜ କରାଯାଉଥିବା ହାଇକୋର୍ଟ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking