28.1 C
Bhubaneswar
Monday, May 27, 2024
Homeଦେଶ ବିଦେଶକାର୍ ନମିଳିବାରୁ କନ୍ୟାଙ୍କୁ ଛାଡ଼ି ଚାଲିଗଲା ବର, ତା’ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

କାର୍ ନମିଳିବାରୁ କନ୍ୟାଙ୍କୁ ଛାଡ଼ି ଚାଲିଗଲା ବର, ତା’ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଖଣ୍ଡୱା : ହାଥରେ ମେହେନ୍ଦୀ ଲାଗିଥିବା କନ୍ୟାଙ୍କୁ ଥାନାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୋଲିସ କର୍ମୀ । ବୁଝୁ ବୁଝୁ ବରର କାରନାମା ଜଣାପଡ଼ିଲା। ଯୌତୁକ ପାଇଁ ବର କନ୍ୟାଙ୍କୁ ବିବାହ ମଣ୍ଡପରେ ଛାଡ଼ି ଚାଲିଯାଇଛନ୍ତି । ଘଟଣାଟି ଘଟିଛି ନହାଲଦାରେ । ମୀଣା ପରିବାରରେ ଏକ ବିବାହ ଉତ୍ସବ ବେଳେ ଆରମ୍ଭ ହୋଇଥିଲା ଏହି ବିବାଦ । ଏଠାରେ ବର ଓ ବରଯାତ୍ରୀ ଆସିଲେ , ସବୁ ପ୍ରକାର ପରମ୍ପରାରେ ବିବାହ ନୀତି ସମ୍ପନ୍ନ ହେଲା । ଯେତେବେଳେ କନ୍ୟା ବିଦାୟ ସମୟ ଆସିଲା ବର ଏକ ସୌଖିନ କାର ପାଇଁ ଅଡ଼ି ବସିଲେ । କନ୍ୟାଙ୍କ ପରିବାର ଲୋକେ ଯେତେ ବୁଝାଇଲେ ବି ବୁଝିବା ଅବସ୍ଥାରେ ନଥିଲେ ବର । କାରଣ ନିଶାରେ ହୋସ ନଥିଲା ବରର ।

ଖାଲି ସେତିକି ନୁହେଁ କନ୍ୟାଙ୍କ ଭାଇଙ୍କୁ ବି ମାର୍ ପିଟ କରିଥିବା ଦେଖିବାକୁ ମିଳିଥିଲା । ନହଲଦା ଗ୍ରାମର ରତନଲାଲ ମୀଣାଙ୍କ ଝିଅ ଆଶାଙ୍କ ବିବାହ ଦୀପଗାଓଁ ଥାନା ସିରାଲି ଜିଲ୍ଲା ହରଦା ଗ୍ରାମର ଅମର ସିଂହ ମୀଣାଙ୍କ ସହ ଗତ ମଙ୍ଗଳବାର ବିବାହ ସ୍ଥିର ହୋଇଥିଲା । ନିର୍ଘଣ୍ଟ ସମୟ ଅନୁଯାୟୀ ବିବାହ ସମ୍ପନ ହେଲା । ହେଲେ ବିବାହ ପରେ ଏକ କାରକୁ ନେଇ ବର ଅଡ଼ି ବସିଲେ । ଖାଲି ସେତିକି ନୁହେଁ ବର ଓ ତାଙ୍କ ସାଙ୍ଗମାନେ ଅଭଦ୍ରତାର ସମସ୍ତ ସୀମା ଟପିଗଲେ । କନ୍ୟାଙ୍କ ଭାଇଙ୍କୁ ମାଡ ମାରିବା ସହ ବିଭିନ୍ନ ପ୍ରକାର ବଦମାସୀ ଆରମ୍ଭ କରିଥିବା କନ୍ୟା ଥାନାରେ ଅଭିଯୋଗ କରିଛନ୍ତି । କନ୍ୟାଙ୍କ ପିତା ଯୌତୁକରେ ଏକ ବାଇକ ଦେଇଥିବା ବେଳେ ବର କିନ୍ତୁ କାର ପାଇଁ ଅଡ଼ି ବସିଥିଲେ ।

ରାତି ପ୍ରାୟ ୩ ଟା ଯାଏ ଏହି ଡ୍ରାମା ଚାଲିଥିଲା ଓ କନ୍ୟା ପରିବାର ପକ୍ଷରୁ ବର ଓ ତାର ସାଙ୍ଗମାନଙ୍କୁ ଯେତେ ବୁଝାଇଲେ ଓ ହାତ ଗୋଡ ଧରିଲେ ବି ସମସ୍ୟାର ସମାଧାନ ହୋଇନଥିଲା ବୋଲି କନ୍ୟା ଥାନାରେ ଅଭିଯୋଗ କରିଛନ୍ତି । ଶେଷରେ ବର ପକ୍ଷ କନ୍ୟାଙ୍କୁ ନନେଇ ରାତିରେ ଫେରି ଯାଇଥିଲେ । ଶେଷରେ ବୁଧବାର ସକାଳେ କନ୍ୟା ତାଙ୍କ ପରିଜନ ସହ ଥାନାରେ ପହଞ୍ଚି ମାମଲା ଦାୟର କରିଥିଲେ । ପୋଲିସ ବର ଓ ତାଙ୍କ ପରିବାର ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ବରକୁ ଗିରଫ କରିବା ପାଇଁ ତଲାସ ଜାରି ରଖିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking