31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଅଡ଼ିଶନ ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ

ଅଡ଼ିଶନ ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ

ମୁମ୍ବାଇ : ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଲୋକପ୍ରିୟ ଟକ୍ ଶୋ – ଦି କପିଲ୍ ଶର୍ମା ଶୋ’ରେ କାମ ଦେବା ବାହାନାରେ ଡକାଯାଇ ଏହି ଦୁଷ୍କର୍ମ ଘଟାଇଛନ୍ତି ଜଣେ ବ୍ୟକ୍ତି । ମୁମ୍ବାଇ ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି। ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଆନନ୍ଦ ସିଂହ ଏବଂ ଯୁବତୀ କିଛି ଦିନ ପୂର୍ବରୁ ସୋଶାଲ ମିଡିଆ ଜରିଆରେ ଭେଟିଥିଲେ। ଆନନ୍ଦ ଯୁବତୀଙ୍କୁ କହିଥିଲେ ଯେ, ତାଙ୍କର ଟିଭି ଇଣ୍ଡଷ୍ଟ୍ରିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଚିହ୍ନାଜଣା ଅଛି। ସେ ଚାହିଁଲେ ଦି କପିଲ ଶର୍ମା ଶୋ’ରେ ମଧ୍ୟ ତାଙ୍କୁ ଚାକିରି କରାଇଦେବେ। ଯୁବତୀ ଜଣକ ମଧ୍ୟ ତାଙ୍କ କଥାରେ ବିଶ୍ୱାସ କରିନେଇଥିଲେ। କପିଲ ଶର୍ମା ଶୋ’ରେ କାମ କରିବା ପାଇଁ ତାଙ୍କୁ ଏକ ଅଡିସନ ଦେବାକୁ ପଡିବ। ଯଦି ଅଡିସନ ଭଲ ହୁଏ ତେବେ ତାଙ୍କୁ ସିଲେକ୍ଟ କରାଯିବ କହି ପାଲଘର ଜିଲ୍ଲାର ନିଜ ଘରକୁ ଡାକିଥିଲେ ଆନନ୍ଦ। ସେଠାରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଯଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଆନନ୍ଦ ସିଂହକୁ ଗିରଫ କରିଛି। ଆନନ୍ଦକୁ କୋର୍ଟରେ ହାଜର କରିବା ପରେ ପୁଲିସ ହେପାଜତକୁ ନେଇ ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking