31.1 C
Bhubaneswar
Monday, June 17, 2024
Homeଓଡିଶାଯୈାନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରାଯାଉ: ଡ.ଲେଖାଶ୍ରୀ

ଯୈାନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରାଯାଉ: ଡ.ଲେଖାଶ୍ରୀ

 ଅଭିଯୋଗକାରିଣୀ ପୀଡିତା ମହିଳାଙ୍କୁ ସାମ୍ନାକୁ ଅଣାଯାଉ ଏବଂ କୋର୍ଟ ସୁରକ୍ଷା ପ୍ରଦାନ କରାଯାଉ
 ଘଟଣାର ନିରପେକ୍ଷ ତଦନ୍ତ ନିହାତି ଆବଶ୍ୟକ
 ରାଜ୍ୟରେ ଦୁଇଟି ଆଇନ – ଗୋଟିଏ ଶାସକ ବିଜେଡି ସପକ୍ଷବାଦୀଙ୍କ ପାଇଁ ଏବଂ ଅନ୍ୟଟି ବିପକ୍ଷବାଦୀଙ୍କ ପାଇଁ
 ମୁଖ୍ୟମନ୍ତ୍ରୀଙ୍କ ଚାପରେ ପୋଲିସ ପ୍ରଶାସନ ଶାସକ ବିଜେଡିର ଅଭିଯୁକ୍ତ ନେତା ଓ ମନ୍ତ୍ରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ
 ଶାସନ କ୍ଷମତାରେ ଅନ୍ଧ ସାଜିଥିବା ବିଜେଡିର ନେତା ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ଗୁଣ୍ଡାରାଜ ଓ ଦୁର୍ନୀତି କରିବା ଗଣତନ୍ତ୍ର ପାଇଁ ଅଶୋଭନୀୟ
 ଶାସକ ବିଜେଡିର ଦଳୀୟ କାର୍ଯ୍ୟକର୍ତା ତଥା ପୂର୍ବତନ କଳାରାହାଙ୍ଗ ପଂଚାୟତର ବିଜେଡି ସମର୍ଥିତ ସରପଂଚଙ୍କ ସ୍ୱାମୀ ତଥା ତିଲେଇବଣି ବିଡିଓଙ୍କ କାଉଂଟର ଏଫଆଇଆର ଭିତିରେ ଦେବଗଡ ବିଧାୟକଙ୍କୁ ଗିରଫ କରାଯିବା ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ
 ବିଜେପି ବିଧାୟକ ସୁବାଷ ପାଣିିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ଘଟଣା ପ୍ରସଙ୍ଗରେ ପକ୍ଷପାତିତା କରୁଛନ୍ତି ରାଜ୍ୟ ସରକାର
 ଆଇନକୁ ଶାସକ ବିଜେଡି ଯେଉଁ ବାଟରେ ନେବାକୁ ଚାହୁଁଛି, ସେହି ବାଟରେ ରାଜ୍ୟ ସରକାର ନେଉଛନ୍ତି
ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଆଇନ ସମାନ ବୋଲି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ବାସ୍ତବରେ ରାଜ୍ୟରେ ଦୁଇଟି ଆଇନ ପ୍ରଣୟନ ହେଉଛି । ଗୋଟିଏ ଶାସକ ବିଜେଡି ସପକ୍ଷବାଦୀଙ୍କ ପାଇଁ ଏବଂ ଅନ୍ୟଟି ବିପକ୍ଷବାଦିଙ୍କ ପାଇଁ । ଗୋଟିଏ ପଟେ “ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ” ମୁଖ୍ୟମନ୍ତ୍ରୀ ନାରା ଦେଉଥିବାବେଳେ ଅନ୍ୟ ପଟେ ଦୁଷ୍କର୍ମ, ହତ୍ୟା, ଅପହରଣ ଭଳି ଜଘନ୍ୟ କାଣ୍ଡରେ ସଂପୃକ୍ତ ଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମହିଳା ସୁରକ୍ଷା କଥା କେବଳ କଥାରେ ନୁହଁ, ବରଂ କାମରେ କରି ଦେଖାନ୍ତୁ । “ମା’କୁ ସମ୍ମାନ” ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝୀ ଯୈାନ କେଳେଙ୍କାରୀ ଏବଂ ଏହି ସଂଗୀନ ଅଭିଯୋଗ ଆଣିଥିବା ବାଙ୍କୀ ଅଂଚଳର ପୀଡିତାଙ୍କୁ ଧମକ ଚମକ ଦେଇ ଭୟଭୀତ କରାଯିବା ଘଟଣାରୁ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ପୁଣି ଥରେ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ ସରକାରଙ୍କ ମନ୍ତ୍ରୀ, ନେତାମାନେ ଦୁଷ୍କର୍ମ, ଅପହରଣ ଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି । କିନ୍ତୁ କାହିଁକି ସେମାନଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ତାହା ଏକ ବଡ଼ ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କ ଚାପରେ ପୋଲିସ ପ୍ରଶାସନ ଶାସକ ବିଜେଡିର ଅଭିଯୁକ୍ତ ନେତା ଓ ମନ୍ତ୍ରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଝରିଗାଁ ବିଧାୟକ ପ୍ରକାଶଚନ୍ଦ୍ର ମାଝୀଙ୍କ ନାଁରେ ବାଙ୍କୀର ଜଣେ ମହିଳା ଯୌନ ଶୋଷଣ, ଯୌନ କେଳେଙ୍କାରୀ, ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିବାର ଅଭିଯୋଗକୁ ପୋଲିସ ଗ୍ରହଣ କରିଲା ନାହିଁ କାହିଁକି ? ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ପ୍ରଶାସନ କାହିଁକି ତତ୍ପରତା ଦେଖାଉ ନାହିଁ ? ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ନେତାମାନେ ବର୍ତମାନ ସୁଦ୍ଧା ମୁହଁ ଖୋଲିନାହାନ୍ତି । ଅଭିଯୋଗ ପରେ ମହିଳାଜଣଙ୍କ ଘରକୁ ଗୁଣ୍ଡା ପଠାଇ ଜୀବନରୁ ମାରିଦେବାର ଧମକ ମଧ୍ୟ ବିଧାୟକ ଦେଇଛନ୍ତି । କେଉଁଠି ଅଛନ୍ତି, କେମିତି ଅଛନ୍ତି, କୈାଣସି ସୂଚନା ନାହିଁ । ଅଭିଯୁକ୍ତ ଜଣକ ଶାସକ ଦଳର ବିଧାୟକ ହୋଇଥିବାରୁ ବିଜୁ ଜନତା ଦଳର ଇଙ୍ଗିତରେ କାର୍ଯ୍ୟ କରୁଥିବା ପୋଲିସ ଜାଣିଶୁଣି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ଯାହାକି ଗଣତନ୍ତ୍ର ପାଇଁ ବିପଦ । ଶାସନ କ୍ଷମତାରେ ଅନ୍ଧ ସାଜିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ଗୁଣ୍ଡାରାଜ ଓ ଦୁର୍ନୀତି କରୁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ଆଦୈା ଶୋଭନୀୟ ନୁହେଁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଅନ୍ୟ ପଟେ ଶାସକ ବିଜେଡିର ଦଳୀୟ କାର୍ଯ୍ୟକର୍ତା ତଥା ପୂର୍ବତନ କଳାରାହାଙ୍ଗ ପଂଚାୟତର ବିଜେଡି ସମର୍ଥିତ ସରପଂଚଙ୍କ ସ୍ୱାମୀ ଯିଏକି ଜଣେ ସରକାରୀ କର୍ମଚାରୀ ଏବଂ ତିଲେଇବଣି ବ୍ଲକରେ ବିଡିଓ ଭାବେ ଅବସ୍ଥାପିତ ଅଛନ୍ତି, ତାଙ୍କ କାଉଂଟର ଏଫଆଇଆର ଭିତିରେ ଶାନ୍ତ, ସରଳ ଓ ନମ୍ର ସ୍ୱଭାବର ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କୁ ବିନା କୈାଣସି ପ୍ରମାଣ ଓ ତଥ୍ୟ ଆଧାରରେ ଷଡଯନ୍ତ୍ର ରଚାଯାଇ ଗିରଫ କରାଯିବା କେବଳ ହୀନ ଅଭିସନ୍ଧିମୂଳକ ଏବଂ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ଘଟଣା ପ୍ରସଙ୍ଗରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଅତୀତରେ କୁନ୍ଦୁଲି ପୀଡିତା, ସ୍ମିତାରାଣୀ, ମମିତା, ପରୀ, ମାଧବୀଲତା, ଇତିଶ୍ରୀ, ବେବିନା ପ୍ରମୁଖ ମହିଳାମାନେ ବିଜୁ ଜନତା ଦଳର ମନ୍ତ୍ରୀଙ୍କ ଦୁଷ୍କର୍ମର ଶିକାର ହୋଇ ଆଜିବି ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ଭାବେ ଅଭିଯୁକ୍ତ ବରିଷ୍ଠ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନାମକୁ ପୋଲିସ ତାଲିକାରୁ ବାଦ୍ ଦେଇଥିଲା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ଅଭିଯୁକ୍ତ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କୁ ପଚରାଉଚୁରା ମଧ୍ୟ କଲା ନାହିଁ ପୋଲିସ । ଆଜି ମଧ୍ୟ ଏଭଳି ଅହୁରି ଏକ ନୂତନ କଳଙ୍କିତ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଆଇନକୁ ଶାସକ ବିଜେଡି ଯେଉଁ ବାଟରେ ନେବାକୁ ଚାହୁଁଛି, ସେହି ବାଟରେ ରାଜ୍ୟ ସରକାର ନେଉଛନ୍ତି । ତେଣୁ ରାଜ୍ୟ ସରକାର ଅଭିଯୁକ୍ତ ବିଧାୟକ ଶ୍ରୀ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରିବା ସହିତ ଅଭିଯୋଗକାରିଣୀ ମହିଳାଙ୍କୁ ସାମ୍ନାକୁ ଆଣନ୍ତୁ । ଏଥି ସହ ପୀଡିତା ମହିଳାଜଣଙ୍କୁ କୋର୍ଟର ସୁରକ୍ଷା ପ୍ରଦାନ କରାଯିବା ସହିତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking