28.1 C
Bhubaneswar
Friday, April 26, 2024
Homeଓଡିଶାରାତିରେ ପ୍ରେମିକାର ବାହାଘର, ସକାଳେ ପ୍ରେମିକର ମିଳିଲା ଶବ

ରାତିରେ ପ୍ରେମିକାର ବାହାଘର, ସକାଳେ ପ୍ରେମିକର ମିଳିଲା ଶବ

ବାଲେଶ୍ୱର : ରାତିରେ ପ୍ରେମିକାର ବାହାଘର ସକାଳେ ପ୍ରେମିକର ମିଳିଲା ଶବ । ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି । ସେଥିପାଇଁ ତା’ ପୂର୍ବରୁ ମୁଁ ଏ ଦୂନିଆ ଛାଡି ଯାଉଛି । ପୂରା ସିନେମା ଭଳି ଜଣେ ଯୁବକ ଏଭଳି ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ଥିଲା ପ୍ରେମିକାର ବାହାଘର । ଅନ୍ୟ ପୁରୁଷ ସହିତ ବଧୂ ବେଶରେ ନିଜ ପ୍ରେମିକାକୁ ଦେଖ୍ ସହିପାରିଲେନି ପ୍ରେମିକ । ଦୁଃଖରେ ମ୍ରିୟମାଣ ହୋଇ ପ୍ରେମିକ ନିଶାସକ୍ତ ଅବସ୍ଥାରେ ଗତକାଲି ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ବେଳର ଉତ୍ତୋଳନ ହୋଇଥିବା ଭିଡିଓରୁ ଏହା ଜଣାପଡ଼ିଛି । ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗ୍ରାମରେ ଘଟିଛି ।

ଗ୍ରାମର ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ(୨୨) ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ପାଖ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ୩ରୁ ୪ ଦିନ ତଳେ ସେ ଘରକୁ ଫେରି ପ୍ରେମିକାଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରି ପାଇ ନ ଥିଲେ । ଗତ ରାତିରେ ପ୍ରେମିକାଙ୍କ ବାହାଘର ଅନ୍ୟତ୍ର ହୋଇଯିବା ଖବର ପାଇ ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ମଦ ବୋତଲ ସହିତ ଏକ ରଶି ନେଇ ଘରୁ ବାହାରି ଯାଇଥିଲେ । ପରେ ଘର ଠାରୁ କିଛିଦୂରରେ ଥିବା ଏକ ଆକାଶୀ ଗଛ ଡାଳରେ ରଶି ଲଗାଇ ଝୁଲିପଡ଼ିଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ଗଛରୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଶବ ବ୍ୟବଚ୍ଛେଦ କରାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking