29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଭିନ୍ନ ଏକ ବିବାହ: ୩୬ ଇଞ୍ଚ ବରକୁ ୩୪ ଇଞ୍ଚର କନ୍ୟା

ଭିନ୍ନ ଏକ ବିବାହ: ୩୬ ଇଞ୍ଚ ବରକୁ ୩୪ ଇଞ୍ଚର କନ୍ୟା

ଭାଗଲପୁର : ଏବେ ଚାଲିଛି ବିବାହ ଋତୁ । ସବୁଠି ବାଜା ବାଣ ଓ ରୋଷଣୀରେ ଉଛୁଳି ପଡୁଛି ପରିବେଶ । ବିଭିନ୍ନ ମଣ୍ଡପରେ ବିବାହ ଚାଲିଥିବା ବେଳେ ଭିନ୍ନ ଏକ ବିବାହ ଦେଖିବାକୁ ମିଳିଥିଲା ଭାଗଲପୁର ଜିଲ୍ଲା ନବଗଚ୍ଛିଆ ଠାରେ । ଏଠାରେ ୩୬ ଇଞ୍ଚର ବର ସହ ଜଣେ ୩୪ ଇଞ୍ଚର କନ୍ୟାଙ୍କ ବିବାହକୁ ନେଇ ଚାଲିଥିଲା ଖୁବ ଚର୍ଚ୍ଚା । କୁହାଯାଏ ବିବାହ ସ୍ୱର୍ଗରେ ତିଆରି ହୋଇଥାଏ । କିଏ କାହାକୁ ବିବାହ କରିବେ ତାହା ବିଧି ନିର୍ଘଣ୍ଟ । ସେହି ନ୍ୟାୟରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଛି ଯେଉଁଠି ଜଣେ ୩୬ ଇଞ୍ଚର ବରକୁ ଜଣେ ୩୪ ଇଞ୍ଚର କନ୍ୟା ବିବାହ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ବିବାହରେ ଅତିଥି ଅପେକ୍ଷା ବିନା ନିମନ୍ତ୍ରଣରେ ଆସିଥିବା ସେଲ୍ଫି ନେବା ଅତିଥି ଥିଲେ ଅଧିକ ।

ବିବାହଟି ବିହାର ଭାଗଲପୁର ଜିଲ୍ଲା ନବଗଚ୍ଛିଆ ଠାରେ ଅନୁଷ୍ଠିତ ହୋଇଛି । ଅନ୍ୟ ବରଙ୍କ ପରି ଆଖିରେ ଆଖିଏ ସ୍ୱପ୍ନ ନେଇ ଏହି ୩୬ ଇଞ୍ଚର ବର ତାଙ୍କର ୩୪ ଇଞ୍ଚର ମାନସୀଙ୍କ ସହ ୭ ଫେର ନେଇଥିଲେ । କନ୍ୟା ନବଗଚ୍ଛିଆ ଅଭିୟାବଜାରର କିଶୋରୀ ମଣ୍ଡଳ ଓ ଗୁଜୋ ମଣ୍ଡଳଙ୍କ ୨୪ ବର୍ଷ ବୟସର ଝିଅ ମମତା କୁମାରୀ ଥିବା ବେଳେ ବର ଥିଲେ ମଷାଢ଼ର ବୈଦେଶ୍ୱରୀ ମଣ୍ଡଳଙ୍କ ୨୬ ବର୍ଷ ବୟସର ପୁଅ ମୁନ୍ନା ଭାରତୀ ।

ବିବାହ ପରେ ଶୁଭ କାମନା ଦେବା ପାଇଁ ଲୋକଙ୍କ ବହୁତ ଭିଡ ଲାଗିଥିଲା । ମୁନ୍ନା ଏକ ନୃତ୍ୟ କମ୍ପାନିର କଳାକାର ଥିବା ବେଳେ କନ୍ୟାର ଭାଇ ଛୋଟୁ ମଧ୍ୟ ଉକ୍ତ କମ୍ପାନିରେ କାମ କରନ୍ତି । ଛୋଟୁ ଭଉଣୀର ବିବାହ ପାଇଁ ମୁନ୍ନାଙ୍କୁ ପସନ୍ଦ କରିଥିଲେ । ମମତାଙ୍କ ପିତାଙ୍କ ମୃତ୍ୟୁ ପରେ ଛୋଟୁ ସାନ ଭଉଣୀର ଦେଖାଶୁଣା କରିଥିଲେ । ଭାଇର କର୍ତ୍ତବ୍ୟ ଅନୁସାରେ ନିଜ ଭଉଣୀଙ୍କୁ ମଧ୍ୟ ବିବାହ ଦେଇଥିଲେ । ଏହି ବିବାହରେ ସବୁଠୁ ବଡ଼ କଥା ଥିଲା ଯେ ଏଠାରେ ବିନା ନିମନ୍ତ୍ରଣରେ ହଜାରରୁ ଅଧିକ ଅତିଥି ଏକତ୍ରୀତ ହୋଇ ବର-କନ୍ୟାଙ୍କ ସହ ସେଲଫି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking