29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକ’ଣ ପାଇଁ ମହାନ ଥିଲେ ବାବା ସାହେବ ?

କ’ଣ ପାଇଁ ମହାନ ଥିଲେ ବାବା ସାହେବ ?

ଭୁବନେଶ୍ୱର : ୧୯୦୧ରେ ଏକ ୯ ବର୍ଷର ବାଳକ ନିଜ ଭାଇ ସହିତ ନିଜ ବାପାଙ୍କୁ ସାକ୍ଷାତ କରିବା ପାଇଁ ମୁମ୍ବାଇର ଗୋରେଗାଓଁ ଅଭିମୁଖେ ବାହାରିଥିଲା । ତାଙ୍କ ବାପା ଗୋରେଗାଓଁରେ କ୍ୟାସିୟରର କାମ କରୁଥିଲେ । ତାଙ୍କ ପୁଅ ଯେତେବେଳେ ବାପାଙ୍କୁ ଦେଖା କରିବା ପାଇଁ ଗୋରେଗାଓଁ ରେଳ ଷ୍ଟେସନରେ ପହଞ୍ଚିଥିଲା । ରେଳ ଷ୍ଟେସନରେ ତାକୁ ନେବା ପାଇଁ କେହି ନଥିଲେ ତେଣୁ ବାଧ୍ୟ ହୋଇ ପୁଅଟି ଷ୍ଟେସନ ମାଷ୍ଟ୍ରଙ୍କ ସାହାଯ୍ୟ ମାଗିଲା । ପ୍ରଥମେ ଷ୍ଟେସନ ମାଷ୍ଟ୍ର ତାକୁ ଅତି ମଧୁର ଭାଷାରେ କଥା କହି ସାହାଯ୍ୟ କରିବାକୁ ରାଜି ହୋଇଗଲେ ପରେ ଯେତେବେଳେ ଜାଣିଲେ ଯେ, ପୁଅଟି ଦଳିତ ଜାତିର , ତାକୁ ସାହାଯ୍ୟ କରିବାତ ଦୂରର କଥା , ପୁଅ ଟିକୁ ରେଳ ଷ୍ଟେସନରୁ ବାହାର କରିଦେଇଥିଲେ ।

ଷ୍ଟେସନ ରୁ ବାହାର କରିଦେବା ପରେ ସେ ବ୍ୟସ୍ତ ହୋଇପଡିଥିଲା । ସେତେବେଳେ ତାକୁ ଜଣେ ଘୋଡା ଚକାଳୀ ଦେଖା ହୋଇଥିଲା । ଯିଏ ତା’ ଜାତି ଯୋଗୁଁ ତାଙ୍କୁ ଘୋଡା ଗାଡିରେ ବସାଇବାକୁ ମନା କରିଦେଇଥିଲା । ଏହାପରେ ପୁଅଟି ଥକି ଯାଇଥିଲା ଯାହାକୁ ପାଣି ମାଗୁଥିଲା ସମସ୍ତେ ପୁଅଟିର ଜାତି ପାଇଁ ତାକୁ ପାଣି ମଧ୍ୟ ଦେଇ ନଥିଲେ କିନ୍ତୁ କୌଣସି ଉପାୟରେ ପୁଅଟି ତା ବାପାଙ୍କ ପାଖରେ ପହଞ୍ଚି ଥିଲା ।
ଏହି ୯ ବର୍ଷର ବାଳକ ଆଉ କେହି ନୁହଁ, ସେ ଥିଲେ ବାବା ସାହେବ ଆମ୍ବେଦକର । ଏହି ଘଟଣା ପରେ ବାବା ସହେବ ଆମ୍ବେଦକର ଏହା ନିର୍ଣ୍ଣୟ ନେଇଥିଲେ ଯେ, ଯେପରି ଭାବରେ ଭେଦଭାବ , ତାଙ୍କ ସହ ହୋଇଛି ସେ ଆଉ କାହା ସହ ହେବାକୁ ଦେବେନାହିଁ । ଏହି ଯୋଶ ସହ ସେ ପାଠ ପଢିବା ଆରମ୍ଭ କରିଥିଲେ ।

ପାଠ ପଢି ପଢି ଆମ୍ବେଦକର ଅନେକ ସ୍କଲାରସିପ ହାସଲ କରିଥିଲେ । ଓ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ବିଦେଶ ମଧ୍ୟ ଯାଇଥିଲେ । ସେଠରେ ସେ ଆଇନ ପାଠ ପଢିଥିଲେ ।

ଭିମରାଓ ଆମ୍ବେଦକାର ବା ବାବା ସାହେବ ଆମ୍ବେଦକର , ସ୍ୱାଧୀନ ଭରାରତର ପ୍ରଥମ ଆଇନ ମନ୍ତ୍ରୀ ବନିଥିଲେ । ସେ ପ୍ରଥମ ଥର ପାଇଁ ଦେଶରେ ଦଳିତ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଲୋକ ଲୋଚନକୁ ଆଣିଥିଲେ । ଡ. ଭିମରାଓ ଆମ୍ବେଦକାର ଆମ ଦେଶର ସମ୍ବିଧାନ ଲେଖିଥିଲେ । ଏହାସହ ପ୍ରତ୍ୟେକ ସଂମ୍ପ୍ରଦାୟର ଲୋକ ମାନଙ୍କ ପାଇଁ ରିର୍ଜଭେସନ ବିଲ ଆଣିଥିଲେ । ତାଙ୍କର ଦୃଢ ନିଶ୍ଚୟ ଓ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସେ ଅନେକ କାମ କରିଥଲେ ଓ ଏଥିପାଇଁ ତାଙ୍କୁ ୧୯୯୦ ରେ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନରେ ସମ୍ମାନୀତ କରିଯାଇଥିଲା । ସେ ଆମ ସମସ୍ତ ଦେଶବାସୀଙ୍କ ପାଇଁ ସମାନତା ଓ ନ୍ୟାୟର ଏକ ରୋଲ ମଡେଲ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking