27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶମୁସଲିମ ମହିଳାଙ୍କ ଉପରେ କେରଳ ହାଇକୋର୍ଟଙ୍କ ଏକ ବଡ ରାୟ

ମୁସଲିମ ମହିଳାଙ୍କ ଉପରେ କେରଳ ହାଇକୋର୍ଟଙ୍କ ଏକ ବଡ ରାୟ

କୋଚି: କେରଳ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇ ଅଦାଲତ ବାହାର ମୁସଲିମ ମହିଳାଙ୍କ ତରଫରୁ ସ୍ୱାମୀଙ୍କୁ ଦିଆଯାଉଥିବା ଏକତରଫା ତଲାକକୁ ଆଇନ ଅନୁସାରେ ବୈଧ ବୋଲି କହିଛନ୍ତି । ଏଭଳି ତଲାକକୁ ଖୋଲା ତଲାକ ବି କୁହାଯାଏ । କେରଳ ହାଇକୋର୍ଟର ଜଷ୍ଟିସ ଏ ମୁହମ୍ମଦ ମୁସ୍ତାକ ଓ ଜଷ୍ଟିସ ସିଏସ ଡାୟସଙ୍କ ବେଂଚ ଖୋଲା ତଲାକକୁ ମୁସଲିମ ପୁରୁଷଙ୍କ ପକ୍ଷରୁ ଦିଆଯାଉଥିବା ତଲାକର ବରାବର ବୋଲି କହିଛନ୍ତି । ଏହାସହିତ ୧୯୭୨ର ଏକ ନିଷ୍ପତ୍ତିକୁ ଶୁଣାଇଥିଲେ । ଯେଉଁଥିରେ ମୁସଲିମ ମହିଳାଙ୍କୁ ଏଭଳି ଅଧିକାର ନଦେବାକୁ ଦାବି କରାଯାଇଥିଲା । ୧୯୭୨ରେ ଜଣେ କହିଥିଲେ ଯେ, ଅଦାଲତ ବାହାରେ ଜଣେ ମୁସଲିମ ମହିଳା ନିଜ ସ୍ୱାମୀଙ୍କୁ ତଲାକ ଦେଇପାରିବେ ନାହିଁ । ଯେତେବେଳେ କି ମୁସଲିମ ପୁରୁଷମାନେ ଏହା ମାଧ୍ୟମରେ ପତ୍ନୀଙ୍କୁ ତଲାକ ଦେବାର ଅନୁମତି ରହିଛି । କୋର୍ଟ କହିଥିଲେ, ମହିଳାଙ୍କୁ ତଲାକ ପାଇଁ ଡିସଲ୍ୟୁସନ ଅଫ ମୁସଲିମ ମ୍ୟାରିଜେଜ ଆକ୍ଟ ୧୯୩୯ ଅନ୍ତର୍ଗତ କୋର୍ଟଙ୍କ ନିକଟକୁ ନେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking