30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପିଏମ ମୋଦି ଓ ଅମିତ ଶାହ ମିଛୁଆ

ପିଏମ ମୋଦି ଓ ଅମିତ ଶାହ ମିଛୁଆ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଦ୍ୱାରା ଲଗାଯାଇଥିବା ୨୪ ଘଣ୍ଟିଆ ବ୍ୟାନ ପରେ ମମତା ବାନାର୍ଜୀ ବାରାସାତ୍ ଓ ବିଧାନନଗର ଅଂଚଳରେ ରାଲି କରିଥିଲେ । ରାଲି ମଧ୍ୟରେ ସେ ବିଜେପି ଉପରେ କଡା ଆକ୍ରୋଶ ପ୍ରକାଶ କରିଥିଲେ । ଟିଏମସି ସୁପ୍ରିମୋ କହିଛନ୍ତି, ଭାଜପା ଯେତେ ଷଡଯନ୍ତ୍ର କଲେ ବି ବଙ୍ଗଳାବାସୀ ତାଙ୍କୁ ମାତ୍ ଦେବେ । ମୋଦିଙ୍କୁ ସେ ମିଛୁଆ ବୋଲି କହିଥିଲେ । ଏନଆରସିକୁ ନେଇ ଅମିତ ଶାହଙ୍କ ଉପରେ ମଧ୍ୟ ମମତା ମିଛ କରିଥିବା ଅଭିଯୋଗ ଆଣିଥିଲେ । ବ୍ୟାନ ହଟିବା ପରେ ରାଲିକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ କହିଥିଲେ ପିଏମ ମୋଦି ହେଉଛନ୍ତି ମିଛୁଆ । ଲୋକଙ୍କୁ ସେ ଭୁଆଁ ବୁଲାଉଛନ୍ତି ଏବଂ ବିକାଶ କରିବା ବଦଳରେ ସବୁକିଛି ବିକିବାକୁ ଲାଗିଛନ୍ତି । କିରୋସିନ ମୂଲ୍ୟ ନେଇ ମମତା ବିଜେପିର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଟିଏମସି ନେତା ଏହା ମଧ୍ୟରେ କହିଥିଲେ ଯେ, ବିଜେପି ତାଙ୍କୁ ହରାଇପାରିବ ନାହିଁ ।
ବାରାସାତ୍ ପରେ ମମତା ବାନାର୍ଜୀ ବିଧାନନଗରରେ ଏକ ରାଲି କରିଥିଲେ । ଏହା ମଧ୍ୟରେ ସେ କହିଥିଲେ ବିଜେପି ପାଖରେ ପଇସା ଅଛି, ଗୁଣ୍ଡା ଅଛନ୍ତି । କେନ୍ଦ୍ରୀୟ ଏଜେନ୍ସି ରହିଛି । ଏହାପରେ ବି ବିଜେପି ଷଡଯନ୍ତ୍ର କରୁଛି । ବିଜେପି ସମର୍ଥକ ଶୁଣି ରଖ ମୁଁ ଷ୍ଟ୍ରିଟ ଫାଇଟର । ମତେ ହରେଇବା ତୁମ ପାଇଁ ସମ୍ଭବ ନୁହେଁ ।
ଆଜି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କର ୪ଟି ରାଲି ଅଛି । ତିନୋଟି ରାଲି ଜଲପାଇଗୁଡି ଓ ଆଉ ଗୋଟିଏ ନଦିଆ ଜିଲ୍ଲାରେ କରିବେ । ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ସେହିଭଳି ତୃଣମୂଳ ଯୁବ କଂଗ୍ରେସ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀ ଆଜି ତିନୋଟି ଜନସଭା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking