29.1 C
Bhubaneswar
Monday, May 6, 2024
Homeଓଡିଶାନୁଡୁଲ୍ସ ପ୍ୟାକେଟ୍‌ରେ ହୀର ଚୋରାଚାଲାଣ, ମୁମ୍ବାଇ ଏୟାରପୋର୍ଟରୁ ଅଭିଯୁକ୍ତ ଗିରଫ

ନୁଡୁଲ୍ସ ପ୍ୟାକେଟ୍‌ରେ ହୀର ଚୋରାଚାଲାଣ, ମୁମ୍ବାଇ ଏୟାରପୋର୍ଟରୁ ଅଭିଯୁକ୍ତ ଗିରଫ

ମୁମ୍ବାଇ : ବେଆଇନ୍ ହୀରା ଓ ସୁନା ଭଳି ମୂଲ୍ୟବାନ ସାମଗ୍ରୀ ନେଇ ବ୍ୟାଙ୍କକ୍ ଫେରାର ହୋଇଯିବା ପାଇଁ ମଙ୍ଗଳବାର ମୁମ୍ବାଇ ଛତ୍ରପତୀ ଶିବାଜୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଅପେକ୍ଷାରତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତଜଣକ ନିଜ ଟ୍ରଲି ବ୍ୟାଗ୍‌ରେ ରଖିଥିବା ନୁଡୁଲ୍ସ ପ୍ୟାକେଟ୍ ମଧ୍ୟରେ ଏସବୁ ହୀରାଗୁଡ଼ିକୁ ଲୁଚାଇ ରଖିଥିବା ଯାଞ୍ଚ୍ ସମୟରେ ସ୍ପଷ୍ଟ ହେବା ପରେ ତାକୁ ଏନେଇ ଜେରା ଆରମ୍ଭ କରାଯାଇଛି । ପ୍ରକାଶ, ଏପ୍ରକାର ବେଆଇନ୍ ହୀରା ଓ ସୁନା ନେଇ ଜଣେ ବ୍ୟକ୍ତି ବିମାନ ଯୋଗେ ବ୍ୟାଙ୍କକ୍ ଫେରାର ହୋଇଯିବା ଉଦ୍ଦେଶ୍ୟରେ ରହିଥିବା ନେଇ ମୁମ୍ବାଇ କଷ୍ଟମ୍ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା । ଗୁପ୍ତ ସୂଚନା ଆଧାରରେ କଷ୍ଟମ୍ ବିଭାଗ ଅଧିକାରୀମାନେ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲେ । ଗିରଫ ଅଭିଯୁକ୍ତର ବ୍ୟାଗ୍‌ରୁ ଜବତ ନୁଡଲ୍ସ ପ୍ୟାକେଟ୍‌ରେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହୀରା ଜବତ କରାଯିବା ସହ ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ଜବତ ହୋଇଥିବା ଉଭୟ ସୁନା ଓ ହୀରାର ବର୍ତ୍ତମାନ ସମୟରେ ବଜାର ମୂଲ୍ୟ ପ୍ରାୟ ୬ କୋଟି ୪୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି କଷ୍ଟମ୍ ବିଭାଗ । ତେବେ ଏହି ମାମଲାରେ କଷ୍ଟମ୍ ବିଭାଗ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking