26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କୀ ନିପାତ

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁରରେ ସୁରକ୍ଷାକର୍ମୀକୁ ବଡ ସଫଳତା । ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କୀ ନିପାତ ହୋଇଛନ୍ତି । ଦୁହିଁଙ୍କ ମଧ୍ୟରେ ରାତିସାରା ଗୁଳି ବିନିମୟ ଜାରି ରହିଥିବା ନେଇ ସୂଚନା ରହିଛି । କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷରୁ ଏବେ ଗୁଳି ବିନିମୟ ହୋଇଥିଲା । ଗୁରୁବାର ସକାଳେ ଉତ୍ତର କାଶ୍ମୀରର ବାନ୍ଦିପୋରା ନିକଟ ରେଞ୍ଜି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ୧୦ ମିନିଟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏହାପରେ ଅପରାହ୍ନରେ ପୁଣି ଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ତେବେ ଗୁଳି ବିନିମୟ ସମୟରେ ପ୍ରଥମେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଏମଆଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଉଭୟଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ କୁହାଯାଉଛି । ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁର ଏନକାଉଣ୍ଟରେ ୨ ଆତଙ୍କୀ ଟଳିଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଲର୍ଟ କରାଯାଇଛି । ସୋପୁର ସହରର ସମସ୍ତ କଲେଜ ସମେତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋପୁରର ଅତିରିକ୍ତ ଡେପୁଟି କମିଶନର ସାବିର ଅହମ୍ମଦ ରାଇନା ଏକ ସରକାରୀ ବାର୍ତ୍ତା ଦେଇ କହିଛନ୍ତି, “ସୋପୁରରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆଜି ଅର୍ଥାତ ଏପ୍ରିଲ ୨୬ ତାରିଖରେ ବନ୍ଦ ରହିବ ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking