29.1 C
Bhubaneswar
Saturday, May 4, 2024
Homeକରୋନାଟିକା ନେବା ପୂର୍ବରୁ ଓ ପରେ କ'ଣ ଖାଇବା ଉଚିତ

ଟିକା ନେବା ପୂର୍ବରୁ ଓ ପରେ କ’ଣ ଖାଇବା ଉଚିତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରି ଜାରି ରହିଛି । ଏହା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ସୂଚନା ଅନୁସାରେ, ବର୍ତମାନ କୋଭିଡର ଲହର ଗଚବର୍ଷ ତୁଳନାରେ ଅଧିକ ମାରାତ୍ମକ ପ୍ରମାଣିତ ହୋଇପାରେ । ସମସ୍ତେ ଭ୍ୟାକ୍ସିନ ନେବା ପାଇଁ ଚିନ୍ତା କରୁଛନ୍ତି । ମାତ୍ର ଅନେକ ଲୋକେ ଭ୍ୟାକ୍ସିନ ନେବା ପରେ ବି ସଂକ୍ରମିତ ହେଉଛନ୍ତି । ତଥାପି ଟିକାକରଣ ଅନେକମାତ୍ରାରେ ମହାମାରୀରୁ ରକ୍ଷା କରିବାରେ ସହାୟକ । ତେବେ ଟିକା ନେବା ପୂର୍ବରୁ କିଛି କଥାକୁ ଧ୍ୟାନରେ ରଖିବା ଆବଶ୍ୟକ । ଯାହା ମଧ୍ୟରେ ଆହର ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଭ୍ୟାକ୍ସିନ ନେବା ପୂର୍ବରୁ ଓ ପରେ କଣ ଖାଇବା ଉଚିତ ଚାଲନ୍ତୁ ଜାଣିବା ।
ଆଗାମୀ ଦିନରେ ଯଦି ଆପଣ ଟିକା ନେବାକୁ ଯାଉଛନ୍ତି, ତେବେ ନିୟମିତ ଭାବରେ ଯଥେଷ୍ଟ ମାତ୍ରାରେ ପାଣି ପିଅନ୍ତୁ । ଏହା ସହିତ ତରଭୂଜ, କାକୁଡି ଭଳି ଫଳର ସେବନ କରନ୍ତୁ । ଏହି ଫଳଗୁଡିକ ଆପଣଙ୍କ ଶରୀରକୁ ସର୍ବଦା ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ । ଶରୀରକୁ ଫାଇବର ବି ମିଳିଥାଏ । ଫଳରେ ଟିକା ନେବା ପରେ ସାଇଡ ଇଫେକ୍ଟର ସମ୍ଭାବନା କମ ରହେ ।
ବ୍ରିଟିଶ ଜର୍ନାଲ ଅଫ ନ୍ୟୁଟ୍ରିସନ ରେ ପ୍ରକାଶିତ ଏକ ଷ୍ଟଡି ଅନୁସାରେ, ଶରୀରକୁ ସବୁବେଳେ ଆକ୍ଟିଭ ରଖିବା ପାଇଁ ହେଲଦି ଡାଇଟିଂ ନେବା ଜରୁରୀ । ଟିକା ନେବାକୁ ଯିବା ପୂର୍ବରୁ ପ୍ରୋସେସଡ, ହାଇ ସ୍ୟାଚୁରେଟେଡ ଓ କ୍ୟାଲୋରୀଯୁକ୍ତ ଖାଦ୍ୟ ଏଡାନ୍ତୁ । ତା ସ୍ଥାନରେ ହେଲଦି ଦଲିଆ, ଓଟସ ଓ ଫାଇବର ଯୁକ୍ତ ଖାଦ୍ୟ ଡାଏଟରେ ସାମିଲ କରନ୍ତୁ ।
ଟିକା ନେବା ପରେ ସୁସ୍ଥ ଓ ସନ୍ତୁଳିତ ଡାଏଟ ନିଅନ୍ତୁ । ଚଣା, ଫାଇବରରେ ଭରପୁର ଖାଦ୍ୟ ସାମିଲ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।
ଟିକା ନେବା ପୂର୍ବରୁ ଅଧିକ ମିଠାଯୁକ୍ତ ଆହାର ନିଅନ୍ତୁନି । କାରଣ ଏହା ଷ୍ଟ୍ରେସ ଓ ଏଙ୍ଗଜାଇଟ ବୃଦ୍ଧି କରେ । ଷ୍ଟଡି ଅନୁସାରେ, ଭଲ ଭାବରେ ନିଦ ନହେବା କାରଣରୁ ଅନେକ ଲୋକ ଭ୍ୟାକ୍ସିନ ନେବା ପରେ ଚେତା ହରାଇଥାନ୍ତି ।
ଟିକା ନେବା ପରେ ଆଲକୋହଲ ନିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଡିହାଇଡ୍ରେସନ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking