35.1 C
Bhubaneswar
Tuesday, April 23, 2024
Homeଓଡିଶାଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ଭୁବନେଶ୍ୱର: ପିପିଲି କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । କରୋନାରେ ସଂକ୍ରମିତ ହୋଇ ବର୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ  । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କଂଗ୍ରେସ,ବିଜେଡି ଓ ବିଜେପି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ଏହାରି ଭିତରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି  । ସାରା ଓଡ଼ିଶାରେ ମଧ୍ୟ ଆଗ ଅପେକ୍ଷା ସଂକ୍ରମଣ ବଢି ଚାଲିଛି । ଏଥିପାଇଁ ସରକାର ଜଣସାଧାରଣଙ୍କୁ ସଚେତନ ଆରମ୍ଭ କରୁଛନ୍ତି ।

ପିପିଲି ଉପନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଶନିବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଜଣାଇଥିଲେ । ଗୁଜବ ସୃଷ୍ଟି ନକରି ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେଥିନେଇ ଧ୍ୟାନ ଦେବାକୁ କହିଥିଲେ । କିପରି ଦଳ ଭଲ ପ୍ରଦର୍ଶନ କରିବ, ସେନେଇ ଧ୍ୟାନ ଦେବାକୁ ସେ କର୍ମୀମାନଙ୍କୁ ଅନୁରୋଧ କରିଥିଲେ । କରୋନାରୁ ସୁସ୍ଥ ହୋଇ ଶୀଘ୍ର ଫେରିବେ ବୋଲି ସେ  କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking