28.1 C
Bhubaneswar
Saturday, April 27, 2024
Homeକରୋନାବିଶ୍ୱରେ କାୟା ବିସ୍ତାର କରୁଛି ଡେଲ୍‌ଟା ଭାରିଆଣ୍ଟ :ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱରେ କାୟା ବିସ୍ତାର କରୁଛି ଡେଲ୍‌ଟା ଭାରିଆଣ୍ଟ :ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ଭାରତରେ ପ୍ରଥମ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ର ଡେଲ୍‌ଟା ଭାରିଆଣ୍ଟ୍ ବର୍ତ୍ତମାନ ବିଶ୍ୱରେ କାୟା ବିସ୍ତାର କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଏହି ଭାରିଆଣ୍ଟ ଯୋଗୁଁ ବ୍ରିଟେନରେ ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ସେ କହିଛନ୍ତି । ବର୍ତ୍ତମାନ ବିଭିନ୍ନ ଦେଶରେ କୋଭିଡ୍ ଟିକାର ପ୍ରସ୍ତୁତି ସତ୍ତ୍ୱେ ଡେଲ୍‌ଟା ଭାରିଆଣ୍ଟ୍ ବେଶ କିଛି ସମୟ ପାଇଁ ତାହାର ପ୍ରକୋପ ବଜାୟ ରଖିବ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଡେଲ୍‌ଟା ଭାରିଆଣ୍ଟ୍‌ର ସଂକ୍ରମଣ କ୍ଷମତା କ୍ଷିପ୍ର ହୋଇଥିବାରୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହାର କବଳରେ ପଡିବାର ଆଶଙ୍କା ରହିଛି ବୋଲି ସୌମ୍ୟା କହିଛନ୍ତି ।

ଡେଲ୍‌ଟା ଭାରିଆଣ୍ଟ୍‌ର ମୁକାବିଲା ପାଇଁ ଜର୍ମାନୀ ପକ୍ଷରୁ କିୟୋରଭାକ୍ ନାମକ ଟିକା ପ୍ରସ୍ତୁତ କରାଯାଇଥିବାବେଳେ ଏହାର ସଫଳତା ହାର (ମାତ୍ର ୪୭%)କୁ ନେଇ ‘ହୁ’ ଉଦ୍‌ବେଗ ପ୍ରକାଶ କରିଛି । ‘ହୁ’ ମାନଦଣ୍ଡ ଅନୁଯାୟୀ ଯେକୌଣସି କୋଭିଡ୍ ଟିକାର ସଫଳତା ହାର ୫୦ ପ୍ରତିଶତ କିମ୍ବା ଅଧିକ ହେଲେ ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ । କେତେକ କ୍ଷେତ୍ରରେ ନୂଆ କୋଭିଡ୍ ଟିକାର ମାନବ ପରୀକ୍ଷଣ ବିଫଳ ହେଉଥିବାବେଳେ ସଂପୃକ୍ତ କମ୍ପାନୀଗୁଡିକ ଏ ଦିଗରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହୁ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଫ୍ରିକା ମହାଦେଶରେ ଟିକାକରଣ ପ୍ରକ୍ରିୟା ସବୁଠାରୁ ଧିମା ଚାଲିଥିବାବେଳେ ଏଠାରେ ଡେଲ୍‌ଟା ଭାରିଆଣ୍ଟ୍‌ର ପ୍ରଭାବକୁ ନେଇ ହୁ ଚିନ୍ତାପ୍ରକଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking