40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୨୪ରେ ଜମ୍ମୁ-କଶ୍ମୀର ନେତାଙ୍କୁ ଭେଟିବେ ମୋଦୀ

୨୪ରେ ଜମ୍ମୁ-କଶ୍ମୀର ନେତାଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୪ରେ ଜମ୍ମୁ-କଶ୍ମୀରର ରାଜନୈତିକ ଦଳର ପ୍ରମୁଖଙ୍କ ସହ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି । ଏହି କେନ୍ଦ୍ରଶାସିତ ଅଞ୍ଚଳରେ ରାଜନୈତିକ ଗତିବିଧିକୁ ତ୍ୱରାନ୍ୱିତ କରିବା ସହ ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ରର ଏହା ଏକ ପ୍ରୟାସ ବୋଲି କୁହାଯାଉଛି । ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ପାହ୍ୟା ହଟାଇ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବାପରେ କେନ୍ଦ୍ର ସରକାରଙ୍କର ଏହା ହେଉଛି ପ୍ରଥମ ପଦକ୍ଷେପ ।

ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ଏଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ନ୍ୟାସ୍‌ନାଲ୍ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍ ଅବ୍‌ଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହମୁବା ମୁଫ୍‌ତି, ଜମ୍ମୁ-କଶ୍ମୀର ଅପନୀ ପାର୍ଟିର ଅଲ୍‌ତାଫ୍ ବୁଖାରୀ ଏବଂ ପିପୁଲ୍ସ କନ୍‌ଫରେନ୍ସ ମୁଖ୍ୟ ସଜ୍ଜାଦ୍ ଲୋନ୍‌ଙ୍କୁ ବୈଠକକୁ ଆମନ୍ତ୍ରିତ କରିଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ସେମାନେ ବୈଠକ ପାଇଁ କେନ୍ଦ୍ର ପକ୍ଷରୁ ପତ୍ର ପାଇଛନ୍ତି । ତେବେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ମେହବୁବା କହିଛନ୍ତି ।

କେନ୍ଦ୍ର ପକ୍ଷରୁ ପଠାଯାଇଥିବା ପତ୍ରରେ ଉଭୟ ମେହବୁବା ଏବଂ ଅବ୍‌ଦୁଲ୍ଲାଙ୍କୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ର ପକ୍ଷରୁ ତାଙ୍କୁ କୌଣସି ଆମନ୍ତ୍ରଣ ମିଳିନଥିବା ରାଜ୍ୟ ସିପିଆଇ(ଏମ୍‌) ନେତା ତଥା ଗୁପ୍‌କାର ଗୋଷ୍ଠୀ ମୁଖପାତ୍ର ଏମ୍‌ୱାଇ ତାରିଗାମି କହିଛନ୍ତି । ତେବେ ସମସ୍ତଙ୍କ ପାଇଁ ଆଲୋଚନା ଦ୍ୱାର ସର୍ବଦା ଖୋଲା ରହିଛି ଏବଂ ଆମନ୍ତ୍ରଣ ମିଳିଲେ ସେ ଏହାକୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking