27.1 C
Bhubaneswar
Sunday, January 23, 2022
Homeଅପରାଧଡକାୟତି ମାମଲାରେ ଜାମିନ ଆବେଦନ ଖାରଜ

ଡକାୟତି ମାମଲାରେ ଜାମିନ ଆବେଦନ ଖାରଜ

କଟକ: ଡକାୟତି ମାମଲାରେ ହାଇକୋର୍ଟ ଆବେଦନକାରୀ ଥବୀର୍ ସାଗରଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ମାମଲାର ଶୁଣାଣିବେଳେ କୋର୍ଟରେ ଆଡ୍‌ଭୋକେଟ୍ କ୍ଲର୍କଙ୍କ ସତ୍ୟପାଠ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଆବେଦନକାରୀ ଥବୀର୍‌ଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସ୍‌.କେ ପାଣିଗ୍ରାହୀ ଏପରି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ନାମରେ କୋରାପୁଟ ସଦର ଥାନାରେ ଏକ ଡକାୟତି ମାମଲା ରୁଜୁ ହୋଇଥିଲା । ଉକ୍ତ ଅଭିଯୋଗ  ଆଧାରରେ ସଦର ପୁଲିସ୍ ତାଙ୍କୁ ଗିରଫ କରିଥିଲା ।  ତାଙ୍କ ବିରୋଧରେ ଆଇପିସିର  ଦଫା ୩୯୫ ଆଧାରରେ ମାମଲା ରୁଜୁ ହୋଇଥିଲା ।

ଏହି ମାମଲା ଏବେ କୋରାପୁଟ ଏସ୍‌ଡିଜେଏମ୍ ଅଦାଲତରେ ବିଚାରଧିନ ରହିଛି । ଏହି ଡକାୟତି ମାମଲାରେ ଧନଞ୍ଜୟ ନାୟକ, ସୁରେନ୍ଦ୍ର ସାଗର ଗିରଫ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଥବୀର୍  ସାଗର ଗିରଫ ହୋଇଥିଲେ । କେରାପୁଟ ଏସ୍‌ଡିଜେଏମ୍ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ତେବେ ହାଇକୋର୍ଟରେ ଶୁଣାଣିବେଳେ ମାମଲା ପରିଚାଳନା କରୁଥିବା ଓକିଲଙ୍କ ବଦଳରେ ଆଡ୍‌ଭୋକେଟ୍ କ୍ଲର୍କ ସତ୍ୟପାଠ ଦାଖଲ କରିଥିବାର ନଜରକୁ ଆସିଥିଲା । ଫଳରେ କୋର୍ଟରେ ଆଡ୍‌ଭୋକେଟ୍ କ୍ଲର୍କଙ୍କ ସତ୍ୟପାଠ ଗ୍ରହଣୀୟ ନୁହେଁ  ବୋଲି  ହାଇକୋର୍ଟ ଦର୍ଶାଇଛନ୍ତି । କୋର୍ଟରେ ମାମଲାର ଶୁଣାଣିବେଳେ ଆଡ୍‌ଭୋକେଟ୍ କ୍ଲର୍କଙ୍କ ସତ୍ୟପାଠ ଘଟଣା ବୃଦ୍ଧି ପାଉଥିବାରୁ ହାଇକୋର୍ଟ ଏହାକୁ ନାପସନ୍ଦ କରିଛନ୍ତି । ଏଥିସହିତ ଆଡ୍‌ଭୋକେଟ୍ କ୍ଲର୍କଙ୍କ ସତ୍ୟପାଠ ଦେବାର କ୍ଷମତା ନାହିିଁ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking