32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଯବାନଙ୍କ ଭାଇଙ୍କୁ ଗୁଳି କଲେ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଯବାନଙ୍କ ଭାଇଙ୍କୁ ଗୁଳି କଲେ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ଭାରତୀୟ ଯବାନଙ୍କ ଭାଇଙ୍କୁ ଗୁଳି କଲେ ଆତଙ୍କବାଦୀ । ସୋମବାର ରାତିରେ ରଜୌରୀ ଜିଲ୍ଲାର କୁଣ୍ଡା ଟପ୍ ଅଞ୍ଚଳର ଏକ ମସଜିଦ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୪୦ ବର୍ଷୀୟ ମହମ୍ମଦ ରଜାକ । ତାଙ୍କ ଭାଇ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜଣାପଡିଛି । କାଲି ରାତିରେ ରଜାକ ମସଜିଦରୁ ଫେରୁଥିବା ବେଳେ କିଛି ଆତଙ୍କୀ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଆକ୍ରମଣ ପରେ ରଜୌରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ମୁତାବକ, ମହମ୍ମଦ ରଜାକ ପ୍ରାର୍ଥନା ପାଇଁ କୁଣ୍ଡା ଟପ୍ ଅନ୍ତର୍ଗତ ଶାଦ୍ରା ଶରିଫ ଅଞ୍ଚଳର ଏକ ମସଜିଦକୁ ପ୍ରାର୍ଥନା ପାଇଁ ଯାଇଥିଲେ । ପ୍ରାର୍ଥନା ସାରି ରାତିରେ ମସଜିଦରୁ ବାହାରିବା ମାତ୍ରେ ଆତଙ୍କବାଦୀ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରଜାକ ସାମାଜିକ କଲ୍ୟାଣ ବିଭାଗରେ କାମ କରୁଥିଲେ । ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ନାକାବାନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଯାଞ୍ଚବାହାନ ଚେକିଂ କରାଯାଉଛି । ଆକ୍ରମଣକାରୀଙ୍କୁ ଧରିବାକୁ ଛାନଭିନ୍ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking