30.1 C
Bhubaneswar
Thursday, May 9, 2024
Homeଖେଳଆଜି ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ

ଆଜି ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଚଳିତ ଆଇପିଏଲର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ୮ ଟି ମ୍ୟାଚ ଖେଳି ୭ ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ଶୀର୍ଷରେ ରହିଛି । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୮ ଟି ମ୍ୟାଚରେ ୫ ଟି ବିଜୟ ସହ ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ତେବେ ଦୁଇ ଦଳ ପୂର୍ବରୁ ୪ ଥର ମୁହାଁମୁହିଁ ହୋଇଥିବାବେଳେ ରାଜସ୍ଥାନ ୩ ଥର ଓ ଲକ୍ଷ୍ନୌ ଥରେ ବିଜୟ ହାସଲ କରିଛି । ଲକ୍ଷ୍ନୌର ଦ୍ରୁତ ବୋଲର ମୟଙ୍କ ଯାଦବ ଫିଟ୍ ଥିବା ନଜର ଆସିଥିବାବେଳେ ଆଜି ସନ୍ଧ୍ୟାରେ ଦଳକୁ ଫେରିବାର ଆଶା ରହିଛି । ଲକ୍ଷ୍ନୌ ପାଇଁ ମୟଙ୍କ ୩ ଟି ମ୍ୟାଚ ଖେଳିଥିବାବେଳେ ୬ ଟି ୱିକେଟ୍ ନେଇଛନ୍ତି । ଏହା ସହ ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୩ ଟି ଲେଖାଏଁ ୱିକେଟ୍ ନେଇ ଦୁଇଟି ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନର ସବୁ ଖେଳାଳି ସୁସ୍ଥ ଥିବାବେଳେ ରାଜସ୍ଥାନ ଭଲ ଫର୍ମରେ ନଜର ଆସୁଛି । ତେବେ ଆଜି ସନ୍ଧ୍ୟାର ମ୍ୟାଚ ୭.୩୦ ରେ ଆରମ୍ଭ ହେବ ଏବଂ ୭ ଟା ରେ ଟସ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking